Below header

ବିଚରା ବର! ଜଣେ ଯୁବତୀଙ୍କ ମୁହଁ ଦେଖାଇ ଆଉ ଜଣକ ସହ ବିବାହ କରାଇଦେଲେ କନ୍ୟାପକ୍ଷ, ମାମଲା ଏବେ ଥାନାରେ

ମଧ୍ୟପ୍ରଦେଶ:ବିବାହ ପୂର୍ବରୁ ଦେଖାଇଲେ ଜଣେ କନ୍ୟାକୁ ଓ ବିବାହ କଲା ବେଳେ ଅନ୍ୟ ଜଣେ ଯୁବତୀଙ୍କ ସହ କନ୍ୟାପକ୍ଷ କରାଇଦେଲେ ବିବାହ । ଯାହା ଫଳରେ ମାମଲା ଆସି ଥାନାର ପହଞ୍ଚିଛି। ଘଟଣା ଘଟିଛି ମଧ୍ୟପ୍ରଦେଶ ଭାଣ୍ଡେ ଜିଲ୍ଲାର ଗୋହଦରେ । ବାଡପୁର ଗାଁର ଯୁବକ ସହିତ ଘଟିଛି ଏହି ଘଟଣା । କନ୍ୟାପକ୍ଷରୁ ବରକୁ ପସନ୍ଦ ପରେ ବର ସହିତ ଟିକା ଲଗାଯିବା ପରମ୍ପରା ସମ୍ପାଦନା କରାଗଲା । କିନ୍ତୁ ୬ ଜାନୁଆରୀରେ ଯେତେବେଳେ ବାହାଘର ହେଲା  ସେତେବେଳେ ଦେଖା ଯାଇଥିବା କନ୍ୟା ବଦଳେ ଅଜଣା  ଯୁବତୀଙ୍କ ସହ ବିବାହ କରାଇଦେଇଥିଲେ।

Image result for bride groom shadow india"

ପୋଲିସ କହିଛି ଯେ ବିବାହ ପରେ ବରପକ୍ଷ ଲୋକେ ଅଭିଯୋଗ ଆଣିଛନ୍ତି ଯେ ଯେଉଁ ଝିଅକୁ ବିବାହ ପୂର୍ବରୁ ଦେଖିଆ ଯାଇଥିଲା ସେ ଝିଅ ସହିତ ବିବାହ କରାଯାଇନାହିଁ। ବାହାଘର ଚାଲୁଥିବା ମଧ୍ୟରେ ଯେତେବେଳେ ଏହି କଥା କନ୍ୟାପକ୍ଷକୁ ବରପକ୍ଷର ଲୋକ ପଚାରିଥିଲେ  ସେତେବେଳେ କନ୍ୟାପକ୍ଷ ଲୋକ ଏକ ଅଜବ ଯୁକ୍ତି ବାଢି କହିଥିଲେ ଝିଅଟିର ମେକଅପ୍ ଯୋଗୁଁ ଚେହେରା ବଦଳିଯାଇଥିବାର ଦେଖାଯାଉଛି। ଏହି ଘଟଣାକୁ ନେଇ ବରର ପିତା କନ୍ୟାଘର ନାମରେ ଅଭିଯୋଗ ଆଣି ଥାନାର ଦ୍ବାରସ୍ଥ ହୋଇଥିଲେ।  ଅଭିଯୋଗ  ଆଧାରରେ ପୋଲିସ  ଅଧିକାରୀ କନ୍ୟାପିତା, କନ୍ୟା ଓ  ପୂର୍ବରୁ ବିବାହ ପାଇଁ ଦେଖାଯାଇଥିବା ଯୁବତୀଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। କୁହାଯାଉଛି ଯେ ଯେଉଁ ଝିଅକୁ ଆଣି କନ୍ୟାପକ୍ଷ ଲୋକ ବର ସହ ବିବାହ କରାଇଥିଲେ  ସେ କଲିକତାର ନିବାସୀ ଅଟନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.