ଅତି ସହଜ ଜିନିଷରେ କରୋନାରୁ ନିଜକୁ ସୁସ୍ଥ କରିଥିଲେ ବ୍ରିଟିଶ୍‌ ନାଗରିକ, ତେବେ ଡାକ୍ତର ନିରବ

ଏବେ ସାରା ବିଶ୍ୱକୁ ଭୟଭୀତ କରିଛି କରୋନା । କରୋନା ଭାଇରସ୍‌କୁ ନେଇ ଯେତିକି ସତ ବାହାରକୁ ଆସୁଛି ସେତିକି ମିଛ ଓ ଗୁଜବ ମଧ୍ୟ ପ୍ରଚାର ହେଉଛି । ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା କହିଲେ ପ୍ରାର୍ଥନା ଓ ମନ୍ତ୍ର ଦ୍ୱାରା କରୋନା ଭଲ ହୋଇଯିବ । ପୁଣି ହୋମିଓପ୍ୟାଥି ଏବଂ କିଛି ଆୟୁର୍ବେଦ ଔଷଧ ମଧ୍ୟ ଏହି ସଂକ୍ରମଣକୁ ଭଲ କରି ଦେଉଛି ବୋଲି ଦାବି ହେଉଛି । ତେବେ ଏସବୁ ଭିତରେ ଜଣେ ବ୍ରଟିଶ୍‌ ନାଗରିକ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି । ଯାହାକୁ ଶୁଣିଲେ ହୁଏତ ଆପଣ ଆଚମ୍ବିତ ହେବେ । ସେ କହିଛନ୍ତି ଦେଶୀ ଉପାୟରେ କରୋନା ଭଲ ହୋଇଯାଉଛି । ସେ ହେଉଛନ୍ତି ୨୫ ବର୍ଷ ବୟସ୍କ କୋନୋର ରିଡ୍‌ । ଯିଏକି କରୋନା ସଂକ୍ରମଣ ଯୋଗୁଁ କିଛି ଦିନ ତଳେ ଉହ୍ଵାନର ଏକ ହସପିଟାଲରେ ଭର୍ତ୍ତି ହୋଇଥିଲେ । ବ୍ରିଟେନ୍‌ର ପ୍ରଥମ କରୋନା ରୋଗୀ ହେଉଛନ୍ତି ରିଡ୍‌ । ତେବେ ସେ ଦାବି କରିଛନ୍ତି ଯେ ଡାକ୍ତରଖାନାକୁ ଚିକିତ୍ସିତ ହେବାକୁ ଆସିଥିଲେ ମଧ୍ୟ ସେ ନିଜ ତିଆରି ଔଷଧ ଖାଇ ଭଲ ହୋଇଛନ୍ତି । ଔଷଧ କଣ ଜାଣନ୍ତି କି? ଭାରି ସରଳ । ହ୍ଵସ୍କି ଆଉ ମୋହୁ ।

WHISKYରିଡ୍‌ ହେଉଛନ୍ତି ଜଣେ ଶିକ୍ଷକ । ସେ େଓ୍ଵଲ୍‌ସରେ ରୁହନ୍ତି । ଗତ କିଛି ମାସ ହେଲା ତାଙ୍କର ପୋଷ୍ଟିଂ ଉହ୍ଵାନରେ ହୋଇଥିଲା । ଦୁଇ ମାସ ତଳେ ସେ କରୋନାରେ ପୀଡ଼ିତ ହୋଇଥିଲେ । ହସପିଟାଲରେ ପରୀକ୍ଷା କରାଯିବା ପରେ ଏକଥା ଜଣାପଡ଼ିଥିଲା । ରିଡ୍‌ କହିଛନ୍ତି, ମୋତେ କରୋନା ସଂକ୍ରମଣ ହୋଇଥିବା ଜାଣିବା ପରେ ଡାକ୍ତର ଦେଇଥିବା ଆଣ୍ଟିବାୟୋଟିକ୍‌କୁ ମୁଁ ଖାଇଲି ନାହିଁ । ଖାଲି ଇନହେଲର୍‌ ନେଲି ଏବଂ ‘ହଟ୍‌ ହ୍ଵିସ୍କି’ ସହିତ ମୋହୁ ମିଶାଇ ଖାଇଲି । ସେଥିରେ ମୁଁ ଭଲ ହୋଇଗଲି । ଏହା ଏକ ବହୁତ ପୁରାତନ ଉପାୟ ।
ଅବଶ୍ୟ ରିଡ୍‌ଙ୍କ ଏହି ଦାବି ଉପରେ ଡାକ୍ତରମାନେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.