ବାଲିସାହି ଗାଁରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୫ ଲକ୍ଷରୁ ଅଧିକ ଟଙ୍କାର ଜିନିଷ
ବାଲେଶ୍ଵର ଜିଲ୍ଲା ସିଂଲା ଥାନା ବାଲିସାହି ଗାଁରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ଦୋକାନ ଘର ଓ ୫ ଲକ୍ଷରୁ ଅଧିକ ଟଙ୍କାର ଜିନିଷ ।

ବାଲେଶ୍ଵର ଜିଲ୍ଲା ସିଂଲା ଥାନା ବାଲିସାହି ଗାଁରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ଦୋକାନ ଘର ଓ ୫ ଲକ୍ଷରୁ ଅଧିକ ଟଙ୍କାର ଜିନିଷ । ଏହାସହ ନଗଦ ୨ ଲକ୍ଷ ଟଙ୍କା ପୋଡ଼ି ପାଉଁଶ ହୋଇଛି । ବାଲିସାହି ଗାଁର ଫିଲିପ କୁମାର ମାନ୍ନା ଘର ପାଖରେ ମୋବାଇଲ ଏବଂ ଇଲେକ୍ଟ୍ରିକାଲ ଦୋକାନ କରିଥିଲେ ।
ଗତକାଲି ବିଳମ୍ବିତ ରାତିରେ ହଠାତ ଦୋକାନରେ ନିଆଁ ଲାଗିଯାଇଥିଲା । ବସ୍ତା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ମାତ୍ର ସେତେବେଳକୁ ଗୋଟିଏ ବଖରା ଘର ସମେତ ଦୋକାନରେ ଥିବା ୫ ଲକ୍ଷରୁ ଅଧିକ ଟଙ୍କାର ଇଲେକ୍ଟ୍ରିକାଲ ସାମଗ୍ରୀ, ୩୦ରୁ ଅଧିକ ଦାମୀ ମୋବାଇଲ ଫୋନ ଓ ଦୋକାନରେ ଥିବା ନଗଦ ଦୁଇ ଲକ୍ଷ ଟଙ୍କା ପୋଡ଼ିି ପାଉଁଶ ହୋଇଯାଇଛି । ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ଆଜି ସକାଳେ ରାଜସ୍ୱ ନିରୀକ୍ଷକ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି ।