ବିହାର: ୪୦ ଫୁଟ୍‌ ବୋରୱେଲ ଭିତରେ ଖସି ପଡ଼ିଥିବା ୪ ବର୍ଷର ଶିବମ୍‌ ସୁରକ୍ଷିତ ଉଦ୍ଧାର, ୫ ଘଣ୍ଟା ଚାଲିଲା ଉଦ୍ଧାର କାର୍ଯ୍ୟ

ବିହାରର ନାଳନ୍ଦାରେ ୪୦ ଫୁଟ୍‌ ଗଭୀର ବୋରୱେଲ ଭିତରେ ପଡ଼ିଯାଇଥିଲା ୪ ବର୍ଷର ଏକ ଶିଶୁ। ୫ ଘଣ୍ଟା ଧରି ରେସ୍‌କ୍ୟୁ କାର୍ଯ୍ୟ ଚାଲିବା ପରେ ଶିବମ୍‌ଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

ବିହାରର ନାଳନ୍ଦାରେ ୪୦ ଫୁଟ୍‌ ଗଭୀର ବୋରୱେଲ ଭିତରେ ପଡ଼ିଯାଇଥିଲା ୪ ବର୍ଷର ଏକ ଶିଶୁ। ୫ ଘଣ୍ଟା ଧରି ରେସ୍‌କ୍ୟୁ କାର୍ଯ୍ୟ ଚାଲିବା ପରେ ଶିବମ୍‌ଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଘଟଣା ସମ୍ପର୍କରେ ଜାଣିବା ପରେ ଆଖପାଖର ଲୋକେ ସେଠାରେ ରୁଣ୍ଡ ହୋଇଥିଲେ। ପାଟନାରୁ ଏନ୍‌ଡିଆର୍‌ଏଫ୍‌ ଏବଂ ଏସ୍‌ଡିଆର୍‌ଏଫ୍‌ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଶିଶୁଟିକୁ ବୋରୱେଲରୁ ବାହାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଥିଲା।

ସ୍ଥାନୀୟ ଲୋକଙ୍କ କହିବା ହେଲା, ଶିଶୁଟି ତା’ ମାଆ ପଛେ ପଛେ ଚାଷଜମି ଆଡ଼କୁ ଯାଉଥିଲା, ହେଲେ ଏହି ସମୟରେ ହଠାତ୍‌ ତା’ ପାଦ ଖସିଯିବାରୁ ସେ ଗଭୀର ବୋରୱେଲ ଭିତରେ ଗଳି ପଡ଼ିଥିଲା।

ଶିଶୁଟି ହେଉଛି କୁଲ ଗାଁର ବାସିନ୍ଦା ଡୋମନ୍ ମାଞ୍ଝିଙ୍କ ୪ ବର୍ଷର ପୁଅ ଶିବମ୍ କୁମାର। ଗ୍ରାମବାସୀ କହିଛନ୍ତି, ବୋରୱେଲ ଭିତରୁ ଶିଶୁ ଚିଲ୍ଲାଇବାର ଶବ୍ଦ ଶୁଣାଯାଉଥିଲା। ପ୍ରଶାସନ ଦୁଇଟି ଜେସିବି ସାହାଯ୍ୟରେ ଶିଶୁଟିକୁ ବାହାର କରିବାକୁ ଚେଷ୍ଟା କରିଥିଲା। ଶିଶୁ ପର୍ଯ୍ୟନ୍ତ ଅମ୍ଳଜାନ ପହଞ୍ଚିଥିଲା।

କୁହାଯାଉଛି ଯେ ବୋରୱେଲ ପାଖାପାଖି ୧୫୦ ଫୁଟ ଗଭୀର। କିନ୍ତୁ ଶିଶୁଟି ୪୦ରୁ ୫୦ ଫୁଟ ମଧ୍ୟରେ ଅଟକି ରହିଥିଲା। ଟର୍ଚ୍ଚ ମାଧ୍ୟମରେ ଶିଶୁକୁ ଦେଖାଯାଉଥିଲା। ସେ କାନ୍ଦିବାର ଶବ୍ଦ ମଧ୍ୟ କ୍ରମାଗତ ଭାବରେ ଆସୁଥିଲା। ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ରହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.