ବ୍ୟାଙ୍କକୁ ନେଇ ଆସିଲା ବଡ଼ ଖବର: ଏବେ ସପ୍ତାହରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ,

ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଯଦି ଆପଣ ମଧ୍ୟ ବ୍ୟାଙ୍କର ବ୍ରାଞ୍ଚକୁ ଯାଉଛନ୍ତି, ତେବେ ପ୍ରତି ସପ୍ତାହରେ ବ୍ୟାଙ୍କ ଛୁଟିରେ ଏକ ବଡ଼ ପରିବର୍ତ୍ତନ ହୋଇପାରେ । ଏହା ଉପରେ ଏବେ ଆଲୋଚନା କରାଯାଉଛି ।

ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଯଦି ଆପଣ ମଧ୍ୟ ବ୍ୟାଙ୍କର ବ୍ରାଞ୍ଚକୁ ଯାଉଛନ୍ତି, ତେବେ ପ୍ରତି ସପ୍ତାହରେ ବ୍ୟାଙ୍କ ଛୁଟିରେ ଏକ ବଡ଼ ପରିବର୍ତ୍ତନ ହୋଇପାରେ । ଏହା ଉପରେ ଏବେ ଆଲୋଚନା କରାଯାଉଛି । ଯଦି ସବୁକିଛି ଠିକ୍ ରୁହେ, ତେବେ ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ପ୍ରତି ସପ୍ତାହରେ ୨ ଦିନ ଛୁଟି ପାଇବେ । ଇଣ୍ଡିଆନ୍ ବ୍ୟାଙ୍କିଙ୍ଗ୍ ଆସୋସିଏସନ୍ (ଆଇବିଏ) ଏ ବାବଦରେ ଏକ ବୈଠକ କରିବ, ଏହାପରେ ହିଁ ଏହି ମାମଲାରେ କିଛି ନିଷ୍ପତ୍ତି ନିଆଯାଇପାରେ ।

ତେବେ ଇଣ୍ଡିଆନ୍ ବ୍ୟାଙ୍କିଙ୍ଗ୍ ଆସୋସିଏସନ୍ (ଆଇବିଏ) ଏବଂ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ (ୟୁଏଫବିୟୁ) ର ବୈଠକ ଅନୁଷ୍ଠିତ ହେବ । ଜୁଲାଇ ୨୮ ରେ ଏହି ବୈଠକ ଅନୁଷ୍ଠିତ ହେବ ଯେଉଁଥିରେ ବ୍ୟାଙ୍କ ଛୁଟି ଦିନରେ ନିଷ୍ପତ୍ତି ନିଆଯିବ ।

ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ ଅନୁଯାୟୀ, ଏହା ପୂର୍ବରୁ ଗତ ବୈଠକରେ ୫ ଦିନ କାମ କରିବା ପ୍ରସଙ୍ଗ ଉଠାଯାଇଥିଲା ଓ ଏହା ଉପରେ ଆଲୋଚନା ଚାଲିଛି । ଅନ୍ୟପଟେ ଭାରତୀୟ ବ୍ୟାଙ୍କ ଆସୋସିଏସନ କହିଛି ଯେ, ଏହି ପ୍ରସଙ୍ଗ ଉପରେ ଆଲୋନା ଚାଲିଛି ଏବଂ ଏହା ବିଚାରଧୀନ ଅବସ୍ଥାରେ ରହିଛି । ୟୁଏଫବିୟୁ ଅନୁଯାୟୀ, ଦ୍ରୁତ ଗତିରେ ଏହା ଉପରେ କାର୍ଯ୍ୟ କରାଯାଉଛି ।

ଯଦି ୫ ଦିନିଆ କାର୍ଯ୍ୟ ପ୍ରସ୍ତାବ କାର୍ଯ୍ୟକାରୀ ହୁଏ, ତେବେ ସମସ୍ତ କର୍ମଚାରୀଙ୍କ ଦୈନିକ କାର୍ଯ୍ୟ ସମୟ ୪୦ ମିନିଟ୍ ବୃଦ୍ଧି ପାଇବ । ୨୮ ଜୁଲାଇରେ ଏ ବାବଦରେ ଏକ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି । ଏହା ସହିତ ଅର୍ଥ ମନ୍ତ୍ରଣାଳୟ ଏବଂ ଆରବିଆଇର ଅନୁମୋଦନ ମିଳିବା ମଧ୍ୟ ଆବଶ୍ୟକ ।

ଯଦି ଆମେ ସାମ୍ପ୍ରତିକ ନିୟମ ବିଷୟରେ କହିବା, ତେବେ ଏହି ସମୟରେ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଦିନ ବ୍ୟାଙ୍କଗୁଡିକରେ ଛୁଟିଦିନ ଥାଏ । ଏହା ବ୍ୟତୀତ କର୍ମଚାରୀମାନଙ୍କୁ ତୃତୀୟ ଏବଂ ପ୍ରଥମ ଶନିବାର ଦିନ କାମ କରିବାକୁ ପଡିବ । ବର୍ତ୍ତମାନ କର୍ମଚାରୀମାନେ ସାପ୍ତାହିକ ୨ ଦିନ ଛୁଟି ମାଗିଛନ୍ତି, ଯେଉଁଥିପାଇଁ ଏହି ନିଷ୍ପତ୍ତି ନିଆଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.