Below header

ନୂଆବର୍ଷରେ ଶ୍ରୀ କ୍ଷେତ୍ରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ, ଯାନବାହନ ଚଳାଚଳ ଉପରେ ଜାରି ହେଲା କଟକଣା

ଭକ୍ତ ମାନେ ସ୍ୱତନ୍ତ୍ର ବାରିକେଟ ଦେଇ ଏସି ସେଡ ମଧ୍ୟରେ ପ୍ରବେଶ କରି ଶ୍ରୀ ମନ୍ଦିରକୁ ଯିବେ । ଭକ୍ତଙ୍କ ଲାଗି କରାଯାଇଥିବା ସ୍ୱତନ୍ତ୍ର ଏସି ବାରିକେଟ ମଧ୍ୟରେ ପାନୀୟ ଜଳ, ଶୌଚାଳୟ ସହ ଫ୍ୟାନ ଆଦିର ବ୍ୟବସ୍ଥା ରହିଛି l ନବ ବର୍ଷରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟି ରଖି ଆଜି ରାତି ୧୧ରୁ ଶ୍ରୀ ଜୀଉଙ୍କ ପହୁଡ କରାଯାଇ ରାତ୍ର ଗୋଟେ ଠାରୁ ଦର୍ଶନ ଆରମ୍ଭ କରାଯିଵ।

ପୁରୀ (କେନ୍ୟୁଜ): ଆଉ କେଇ ଘଣ୍ଟାର ଅପେକ୍ଷା। ବିଦାୟ ନେବ ୨୦୨୩, ପାଦ ଥାପିବ ୨୦୨୪। ନୂଆବର୍ଷକୁ ସ୍ବାଗତ କରିବା ପାଇଁ ସବୁଠି ଜୋରଦାର ପ୍ରସ୍ତୁତି। ଜିରୋ ନାଇଟ ସେଲିବ୍ରେସନ ପାଇଁ ବଢିଲାଣି ଉତ୍କଣ୍ଠା। ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ନୂଆବର୍ଷ ଆରମ୍ଭ କରିବା ପାଇଁ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମଛି। ମହାପ୍ରଭୁଙ୍କ ଦର୍ଶନ କରି ପୁରୁଣା ବର୍ଷ କୁ ବିଦାୟ ଦେବା ସହ ନୂତନ ବର୍ଷ ସୁଖ ସମୃଦ୍ଧି ର ବର୍ଷ ହେଉ ବୋଲି ପାର୍ଥନା କରିଛନ୍ତି ଶ୍ରଦ୍ଧାଳୁ। ଶ୍ରୀ କ୍ଷେତ୍ରରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଭକ୍ତ ମାନେ ସ୍ୱତନ୍ତ୍ର ବାରିକେଟ ଦେଇ ଏସି ସେଡ ମଧ୍ୟରେ ପ୍ରବେଶ କରି ଶ୍ରୀ ମନ୍ଦିରକୁ ଯିବେ । ଭକ୍ତଙ୍କ ଲାଗି କରାଯାଇଥିବା ସ୍ୱତନ୍ତ୍ର ଏସି ବାରିକେଟ ମଧ୍ୟରେ ପାନୀୟ ଜଳ, ଶୌଚାଳୟ ସହ ଫ୍ୟାନ ଆଦିର ବ୍ୟବସ୍ଥା ରହିଛି l ନବ ବର୍ଷରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟି ରଖି ଆଜି ରାତି ୧୧ରୁ ଶ୍ରୀ ଜୀଉଙ୍କ ପହୁଡ କରାଯାଇ ରାତ୍ର ଗୋଟେ ଠାରୁ ଦର୍ଶନ ଆରମ୍ଭ କରାଯିଵ। ସେପଟେ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୯୦ପ୍ଲାଟୁନ ପୋଲିସ ଫୋର୍ସ ସହ ୨୦ ଜଣ ଡିଏସପି, ୫୦ରୁ ଉର୍ଦ୍ଧ୍ବ ଇନସପେକ୍ଟର ଏବଂ ୧୪୦ ଜଣ ASI ଓ ସବଇନ୍ସପେକ୍ଟର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ରହିଛନ୍ତି । ଭକ୍ତଙ୍କ ଗମନା ଗମନ ସୁବିଧା ଲାଗି ବଡଦାଣ୍ଡ ର ମରଚିକୋଟ ଛକ ଠରୁ ଶ୍ରୀ ମନ୍ଦିର ପର୍ଯ୍ୟନ୍ତ କୌଣସି ଗାଡି ଚଳା ଚଳ କରିବା ଲାଗି କଟକଣା ଜାରି ଵା ନୋ ଭେଇକିଲ ଜୋନ କରାଯିବା ସହ ସମୁଦ୍ର କୂଳ ଥାନା ଠାରୁ ଲାଇଟ ହାଉସ ପର୍ଯ୍ୟନ୍ତ ରାସ୍ତା କୁ ମଧ୍ୟ ନୋ ଭେଇକିଲ ଜୋନ କରାଯାଇଛି। ସମସ୍ତ ଟ୍ରାଫିକ କଟଣା ଆଜି ମଧ୍ୟ ରାତ୍ରି ରୁ ଲାଗୁ କରାଯିବ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.