ପୁଣି ଇତିହାସ ରଚିବ ଇସ୍ରୋ: ଆସନ୍ତାକାଲି ଲଞ୍ଚ ହେବ ଏକ୍ସପୋସେଟ ସାଟେଲାଇଟ, ଖୋଲିବ ବ୍ରହ୍ମାଣ୍ଡ ରହସ୍ୟ

ଜାନୁଆରୀ ୧ ତାରିଖ ସକାଳ ୯ ଟାରେ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ଛଡ଼ାଯିବ XPoSAT ସାଟେଲାଇଟ୍ । ଏଥିରେ ଲାଗିଥିବା ଟେଲିସ୍କୋପ, ରମଣ ରିସର୍ଚ୍ଚ ଇଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହି ଉପଗ୍ରହକୁ ୬୫୦ କିଲୋମିଟର ଉଚ୍ଚରେ ନିୟୋଜିତ କରାଯିବ ବୋଲି ସୂଚନା ମିଳିଛି ।

ନୂଆଦିଲ୍ଲୀ : ନୂଆବର୍ଷରେ ପୁଣି ଇତିହାସ ରଚିବ ଇସ୍ରୋ । ଜାନୁଆରୀ ୧ ତାରିଖ ସକାଳ ୯ ଟାରେ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ଛଡ଼ାଯିବ XPoSAT ସାଟେଲାଇଟ୍ । ଏଥିରେ ଲାଗିଥିବା ଟେଲିସ୍କୋପ, ରମଣ ରିସର୍ଚ୍ଚ ଇଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହି ଉପଗ୍ରହକୁ ୬୫୦ କିଲୋମିଟର ଉଚ୍ଚରେ ନିୟୋଜିତ କରାଯିବ ବୋଲି ସୂଚନା ମିଳିଛି । ଏହି ମିଶନ୍ ୨୦୧୭ରେ ISRO ଦ୍ୱାରା ଆରମ୍ଭ ହୋଇଥିଲା । ଉତକ୍ଷେପଣର ପ୍ରାୟ ୨୨ ମିନିଟ୍ ପରେ ଏକ୍ସପୋସ୍ୟାଟ୍ ସାଟେଲାଇଟ୍ ଏହାର ନିର୍ଦ୍ଦିଷ୍ଟ କକ୍ଷପଥରେ ନିୟୋଜିତ ହେବ ।

ଏହି ଉପଗ୍ରହର ଦୁଇଟି ପେଲୋଡସ୍ ଅଛି । ଏହା ଭାରତର ପ୍ରଥମ ପୋଲାରିମେଟ୍ରି ମିଶନ। ଅନ୍ୟପଟେ ଯଦି କହିବା ନାସା ପକ୍ଷରୁ ୨୦୨୧ରେ ଲଞ୍ଚ କରାଯାଇଥିବା ଇମେଜିଂ ଏକ୍ସରେ ପୋଲରିମେଟ୍ରୀ ଏକ୍ସପ୍ଲୋରର (IXPE) ପରେ ଏହା ବିଶ୍ବର ଦ୍ବିତୀୟ ମିଶନ ଅଟେ। ମିଶନରେ ନିବେଶ ହୋଇଛି ୯ କୋଟି ୫୦ ଲକ୍ଷ ଟଙ୍କା । ପ୍ରଥମ ଥର ପାଇଁ ସାଟେଲାଇଟ୍ ବ୍ରହ୍ମାଣ୍ଡର ଆଉ ଏକ ରହସ୍ୟ ଭେଦିବ । ଏହି ସାଟେଲାଇଟ୍ ବ୍ରହ୍ମାଣ୍ଡର ୫୦ଟି ଉଜ୍ଜ୍ୱଳ ଉତ୍ସର ଅଧ୍ୟୟନ କରିବ । ଯଥା ଆକାଶଗଙ୍ଗା, ରେଡିଏସନ୍, ପଲସର୍ ସମେତ ବ୍ଲାକହୋଲ୍ସ ଆଦିର ଷ୍ଟଡି କରିବ । ତାସହ ଏସବୁର ଉତ୍ସ ଗୁଡ଼ିକର ଫଟୋ ଉଠାଇବ । ଏହି ସାଟେଲଆଇଟକୁ ୫୦୦-୭୦୦ କିଲୋମିଟର ଉଚ୍ଚରେ କକ୍ଷପଥରେ ସ୍ଥାପନ କରାଯିବ। ଅନ୍ୟପଟେ ଏହାର ଜୀବନକାଳ ଅତି କମରେ ୫ ବର୍ଷ ବୋଲି କୁହାଯାଇଛି।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.