ଯାଜପୁର : ପ୍ରାଚୀନ ପୀଠ ସିଦ୍ଧେଶ୍ୱର ମନ୍ଦିରର ବିକାଶ ପାଇଁ ପ୍ରସ୍ତୁତ ହେଲା ମାଷ୍ଟର ପ୍ଲାନ୍‌

ଯାଜପୁର ଟାଉନ୍ (କେ ନ୍ୟୁଜ୍‌) : ଦୀର୍ଘ ଦିନ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ଯାଜପୁରର ପ୍ରାଚୀନ ଶୈବ ପୀଠ ସିଦ୍ଧେଶ୍ୱର ମନ୍ଦିର ଉପରେ ଏବେ ସରକାରଙ୍କର ଦୃଷ୍ଟି ପଡ଼ିଛି । ଏହାର ବିକାଶ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ସରିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ମନ୍ଦିର ପରିସରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୂଣ୍ୟତୋୟା ବୈତରଣୀ ନଦୀ କୂଳରେ ଅବସ୍ଥିତ ଏହି ପୀଠଟି ମୃତ ବ୍ୟକ୍ତିଙ୍କ ଅସ୍ଥି ବିସର୍ଜନ ପାଇଁ ବେଶ ପ୍ରସିଦ୍ଧି ଲାଭ କରିଛି । ଏହାର ଅନେକ ପୌରାଣିକ ମହତ୍ୱ ମଧ୍ୟ ରହିଛି । ଏପରିକି ଶ୍ରୀକୃଷ୍ଣଙ୍କ ପୁତ୍ର ପ୍ରଦ୍ୟୁମ୍ନ ଏହି ଠାରେ ତପସ୍ୟା କରି ସିଦ୍ଧି ପ୍ରାପ୍ତ ହୋଇଥିବାରୁ ଏହି ପୀଠର ନାଁ ସିଦ୍ଧେଶ୍ୱର ହୋଇଥିବା ସ୍କନ୍ଦ ପୁରାଣରେ ବର୍ଣ୍ଣନା ରହିଛି ।

SIDHESWAR-4

ଯାଜପୁର ଦଶରଥପୁର ବ୍ଲକ ତଳିହା ପଂଚାୟତରେ ଥିବା ଏହି ପୁରାଣ ପ୍ରସିଦ୍ଧ ସିଦ୍ଧେଶ୍ୱର ମନ୍ଦିର ନଦୀ କୂଳରେ ରହିଥିବାରୁ ପ୍ରତି ବର୍ଷ ବନ୍ୟା ସମୟରେ ପ୍ରଭାବିତ ହୋଇଥାଏ । ତେଣୁ ଏହି ପୀଠର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପଦକ୍ଷେପ । ପୀଠର ସୌନ୍ଦର‌୍ୟ୍ୟକରଣ କରାଯିବା ସହିତ ଏକ ବିରାଟ ପାର୍କ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛି ପ୍ରଶାସନ ।

ପିତୃ ପୁରୁଷଙ୍କ ଅସ୍ଥି ବିସର୍ଜନ କରିବା ପାଇଁ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ଛୁଟି ଆସନ୍ତି। ପ୍ରତିବର୍ଷ ଅଶୋକାଷ୍ଟମୀରେ ଏଠାରେ ଏକ ବିରାଟ ମେଳାର ଆୟୋଜନ ହୋଇଥାଏ । ଗୋଟିଏ ପଟେ ରକ୍ଷଣା ବେକ୍ଷଣ ଅଭାବରୁ ମନ୍ଦିରଟି ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ ହୋଇ ପଡିଥିବା ବେଳେ ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ କୌଣସି ବ୍ୟବସ୍ଥା ନାହିଁ । ତେଣୁ ଯୋଜନାରେ ଏଦିଗରେ ଅଧିକ ଧ୍ୟାନ ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.