ଗୁରୁଙ୍କ ରାଗ ପଞ୍ଚମରେ, ଜ୍ୟାମିତି ସାରଙ୍କ ମାଡରେ ଗୁରୁତର ହେଲେ ଛାତ୍ରଛାତ୍ରୀ

ବାସୁଦେବପୁର (କେନ୍ୟୁଜ) : ବାପରେ ଏ କି ମାଡ। ଜ୍ୟାମିତି ସାରଙ୍କ ମାଡ଼ରେ ଗୁରୁତର ହେଲେ ଛାତ୍ରଛାତ୍ରୀ । ପିଲାଙ୍କୁ ଉତ୍ତର ନଆସିବାରୁ ଆଖିବୁଜା ପିଟି ଚାଲିଲେ ଶିକ୍ଷକ । ସାରଙ୍କ ମାଡ଼ରେ ଛାତ୍ରୀଙ୍କର ଏମିତି ଗୁରୁତର ଅବସ୍ଥା ହେଲା ଯେ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଲା । କାନ୍ଦି କାନ୍ଦି ସାରଙ୍କ ମାଡ ବିଷୟରେ ବଖାଣିଲେ ଛାତ୍ରଛାତ୍ରୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାସୁଦେବପୁର ବ୍ଲକ କସିଆ ଥାନା ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ସୁନାମୁହିଁ ହାଇସ୍କୁଲରେ ।

ସୂଚନା ମୁତାବକ ଜ୍ୟାମିତି ଶିକ୍ଷକ କଳ୍ପତରୁ ମଲ୍ଲିକ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପିଲାମାନଙ୍କୁ ଜ୍ୟାମିତି ପଢ଼ାଉଥିଲେ । ଏହି ସମୟରେ ପିଲାଙ୍କୁ ପ୍ରଶ୍ନ ପଚାରି ଥିଲେ, ତାପରେ ପିଲାଙ୍କ ଉତ୍ତରରେ ସାରଙ୍କ ମୁଣ୍ଡକୁ ପିତ୍ତ ଚଢ଼ି ଯାଇଥିଲା । ଆଉ ପିଲାମାନଙ୍କୁ ଆଖିବୁଜା ମାଡ଼ ମାରିଥିଲେ । ଶିକ୍ଷକଙ୍କ ମାଡ଼ ଏତେ ଜୋରରେ ଥିଲା ଯେ ଚାରି ଛାତ୍ରୀ ଗୁରୁତର ହୋଇଥିବା ବେଳେ ଅଧିକାଂଶ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି ।

କିଛି ଛାତ୍ରୀଙ୍କ ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ସେମାନଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ପିଲାମାନେ ଅଭିଯୋଗ କରିଛନ୍ତି ଯେ ପାଠ ପଚାରି ଉତ୍ତର ଦେବାକୁ ସୁଯୋଗ ନ ଦେଇ ହଠାତ ଆଖିବୁଜା ମାଡ଼ ମାରିଥିଲେ । ଅନ୍ୟପଟେ ଅଭିଯୁକ୍ତ ଶିକ୍ଷକଙ୍କୁ କସିଆ ମେରାଇନ ଥାନା ପୋଲିସ ଅଟକ ରଖି ପଚରା ଉଚରା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.