ଭଦ୍ରକ: ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା। ଚିକିତ୍ସା ଅବହେଳାରୁ ନାବାଳିକାର ମୃତ୍ୟୁ ହୋଇଥିବା ଅଭିଯୋଗରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖାଦେଇଛି। ମୃତକ ଜଣକ ଧାମନଗରର ଶୁଭସ୍ମିତା ମଳିକ। ଗତକାଲି ରାତିରେ ଶୁଭସ୍ମିତାଙ୍କୁ ବାନ୍ତି ହେବାରୁ ପରିବାରଲୋକେ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ତେବେ ସେ ଅଧିକ ଅସୁସ୍ଥ ହୋଇପଡିବାରୁ ସେମାନେ ଡ୍ୟୁଟିରେ ଥିବା ଡାକ୍ତର ଓ ଆଟେଣ୍ଡାଣ୍ଟଙ୍କୁ ଜଣାଇଥିଲେ। ତେବେ ସେମାନେ ଉପଯୁକ୍ତ ଚିକିତ୍ସା କରିନଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ସକାଳେ ଡାକ୍ତର ଶୁଭସ୍ମିତାଙ୍କୁ ମୃତ ଘୋଷଣା କରିଥିଲେ। ହସପିଟାଲ ପରିସରରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ଓ ସିଡିଏମଓ ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି।
Prev Post