ଛୁଟିନେବା ପାଇଁ କହିବାରୁ ଅମ୍ବୁଲାନ୍ସ ଡ୍ରାଇଭରକୁ କରଞ୍ଜିଆ ଡାକ୍ତରଖାନା ଅଧ୍ୟକ୍ଷ ମାଡ଼ ମାରିଥିବା ଅଭିଯୋଗ: ଘଟଣା ସ୍ଥଳରେ ଚାପା ଉତ୍ତେଜନା

କରଞ୍ଜିଆ(କେନ୍ୟୁଜ୍): କରଞ୍ଜିଆ ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଆମ୍ବୁଲାନ୍ସ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ଲକ୍ଷ୍ମୀକାନ୍ତ ସିଂ ଛୁଟି ନେବାପାଇଁ କରଞ୍ଜିଆ ଡାକ୍ତରଖାନାର ଅଧ୍ୟକ୍ଷ ଅକ୍ଷୟ ରଥ ପାଖକୁ ଯାଇ ଥିଲେ । ସେଠାରେ ଡାକ୍ତରଖାନା ଅଧ୍ୟକ୍ଷ ଆମ୍ବୁଲାନ୍ସ ଡ୍ରାଇଭରକୁ ଦୁର୍ବ୍ୟବହାର କରିବା ସହିତ ମାଡ଼ ମାରିବାକୁ ଧମକ ଦେଇଥିବାର ଅଭିଯୋଗ କରିଛନ୍ତି । ଏନେଇ କିଛି ସମୟ ପାଇଁ କରଞ୍ଜିଆ ଡାକ୍ତରଖାନାରେ ଚାପା ଉତ୍ତେଜନା ଦେଖା ଦେଇଥିଲା ।

ଏମିତି କି ଆମ୍ବୁଲାନ୍ସ ଡାଇଭର ଏବଂ ତାଙ୍କ ସ୍ତ୍ରୀ ଆଳତୀ ଦଳାଇ କିଛି ସମୟ ଧରି କରଞ୍ଜିଆ ଡାକ୍ତରଖାନାରେ ଅଧ୍ୟକ୍ଷଙ୍କ ସହ ପାଟି ତୁଣ୍ଡ କରିଥିଲେ । ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସ୍ତ୍ରୀ ମହିଳା ସ୍ୱାସ୍ଥ୍ୟ କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି । ଏହି ଘଟଣା ନେଇ କରଞ୍ଜିଆ ଡାକ୍ତରଖାନାର ଅଧ୍ୟକ୍ଷ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.