Below header

ବୃଦ୍ଧି ପାଉଛି ଝାଡାବାନ୍ତିରେ ମୃତ୍ଯୁ ସଂଖ୍ୟା: ଲୋକଙ୍କ ଚିକିତ୍ସା ପାଇଁ କାଶୀପୁର ଅଞ୍ଚଳରେ ପହଞ୍ଚିଲେ ମେଡିକାଲ ଟିମ୍‌

ରାୟଗଡ଼ା (କେନ୍ୟୁଜ୍): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଝାଡାବାନ୍ତିରେ ମୃତ୍ଯୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଏବେବି ରାୟଗଡ଼ା ଜିଲ୍ଲା ମେଡ଼ିକାଲ, କାଶୀପୁର ଓ ଟିକିରି ମେଡ଼ିକାଲରେ ପ୍ରାୟ ୪୨ ଜଣ ଚିକିତ୍ସିତ ହେଉଛନ୍ତି । କାଶୀପୁର ଅଞ୍ଚଳରେ ଜ ଲୋକଙ୍କ ଚିକିତ୍ସା ଜାରି ରଖିଛନ୍ତି ।

ଭୁବନେଶ୍ୱରରୁ ୩ ଜଣିଆ ମେଡିକାଲ ଟିମ୍‌ ପହଞ୍ଚି CDMOଙ୍କ ସହ ଆଲୋଚନା କରିଛନ୍ତି। ଆକ୍ରାନ୍ତ ଅଞ୍ଚଳକୁ ଯାଇ ସ୍ଥିତି ପରଖିଛନ୍ତି। କାଶୀପୁରକୁ ଖୁବ୍‌ଶୀଘ୍ର ଯିବେ ଅଭିଜ୍ଞ ଡାକ୍ତରୀ ଟିମ୍‌ । ଝା଼ଡାବାନ୍ତି ବ୍ୟାପିଥିବା ଅଞ୍ଚଳରେ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ରାୟଗଡ଼ା ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆକ୍ରାନ୍ତଙ୍କ ଚିକିତ୍ସା କ୍ଷେତ୍ରରେ ସବୁ ପ୍ରକାର ପଦକ୍ଷେପ ନେବା ସହ ୭୨ ଘଣ୍ଟା ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.