ଯାଜପୁର: ବ୍ରହ୍ମବରଦା ଅଂଚଳରେ ଜାରି ରହିଛି ସଟ ଡାଉନ, ଯାଜପୁର ଓ ବ୍ୟାସନଗର ସହରବାସୀଙ୍କୁ ଘରେ ଘରେ ମିଳିବ ଔଷଧ

ଯାଜପୁର ଟାଉନ(କେନ୍ୟୁଜ): ଯାଜପୁର ଜିଲାରେ ଲକ ଡାଉନ ଜାରି ରହିଥିବା ବେଳେ କୋରୋନା ସଂକ୍ରମିତ ଅଂଚଳ ବ୍ରହ୍ମବରଦା ଅଂଚଳରେ ସଟ ଡାଉନ ଜାରି ରହିଛି । ସେହି ଅଂଚଳରେ ଲୋକଙ୍କୁ ସମସ୍ତ ପ୍ରକାର ସୁବିଧା ଦେବା ପାଇଁ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ସେଠାରେ ସଟ ଡାଉନ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଜିଲାର ପ୍ରମୁଖ ଯାଜପୁର ଓ ବ୍ୟାସନଗର ସହରବାସୀଙ୍କୁ ଘରେ ଔଷଧ ମିଳିବ । ଏଥିପାଇଁ ବିଭିନ୍ନ ଦୋକାନ ମାନଙ୍କର ହ୍ୱାଟ୍ସ ଆପ ନମ୍ବର ଦିଆଯିବ ସେହି ନମ୍ବରରେ ମେଡିସିନ ଅର୍ଡର କରିବା ପରେ ସଂପୃକ୍ତ ଦୋକାନୀ ଲୋକଙ୍କୁ ଘରେ ମେଡିସିନ ଦେବେ ।

 

medicine store of jajpur

ଏଥିସହିତ ଜିଲାରେ ବିଭିନ୍ନ ବ୍ୟବସାୟୀ ଓ ଚାଷୀ ମାନଙ୍କୁ ନିଜର ବ୍ୟବସାୟ କରିବା ପାଇଁ ପ୍ରଶାସନ ପକ୍ଷରୁ ପାସର ବ୍ୟବସ୍ଥା କରାଯିବ । କ୍ଷୀର ସଂଗ୍ରହ ପାଇଁ ଆସୁଥିବା ବିଭିନ୍ନ କଂପାନି କର୍ମଚାରୀଙ୍କୁ ମଧ୍ୟ ପାସ ମିିଳିବ ବୋଲି ଆଜି ଜିଲାପାଳ ରଂଜନ ଦାସ ସୂଚନା ଦେଇଛନ୍ତି । ଜିଲାର ବିଭିନ୍ନ ସ୍ଥାନରେ ଥିବା ଓମପେଂଡ ଷ୍ଟଲ ଗୁଡିକ ମଧ୍ୟ ଖୋଲାଯିବାକୁ ଅନୁମତି ଦିଆଯାଇଥିବା ଜିଲାପାଳ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.