ଲକଡାଉନ ସମୟରେ ବରକନ୍ୟା ନିଜ ବିବାହରେ ଡାକିଥିଲେ 50 ଅତିଥି, ଠିକ ବେଳେ ପହଞ୍ଚିଗଲା ପୋଲିସ, ଆଉ ତା’ ପରେ…

କରୋନା ଭାଇରସ ଯୋଗୁ ଅନେକ ଦେଶରେ ଲକଡାଉନ କରି ଦିଆଯାଇଛି। ହେଲେ ସାଉଥ ଆଫ୍ରିକାରେ ଏକ ବରକନ୍ୟା ଲକଡାଉନ ନିୟମକୁ ଉଲ୍ଲଂଘନ କରି ନିଜ ବିବାହ ଆୟୋଜନ କରିଛନ୍ତି ଏବଂ 50 ଜଣ ଅତିଥିଙ୍କୁ ଆମନ୍ତ୍ରଣ କରିଛନ୍ତି।

ଖବର ମୁତାବକ, ଦକ୍ଷିଣ ଆଫ୍ରିକାରେ ଜାବୁଲାନି ଜୁଲୁ ଓ ତାଙ୍କ କନ୍ୟା ନୋମଥାଅନ୍ଦାଜୋ ମକିଜେ ରବିବାର ନିଜ ବିବାହ ଆୟୋଜନ କରିଥିଲେ। କିନ୍ତୁ ବିବାହ ମଝିରେ ପୋଲିସ ସେଠାରେ ପହଞ୍ଚି ଯାଇଥିଲା। ଏହାପରେ ଉଭୟଙ୍କୁ ଗିରଫ କରିନେଇଥିଲା।

ସୋସିଆଲ ମିଡିଆରେ ବରକନ୍ୟା ପୋଲିସ ଗାଡ଼ିରେ ବସୁଥିବାର ଭିଡ଼ିଓ ଖୁବ ଭାଇରଲ ହେଉଛି। ପୋଲିସ ଏହି ବରକନ୍ୟାଙ୍କ ସହ ବିବାହ ଉତ୍ସବରେ ଯୋଗଦେଇଥିବା 50ଜଣ ଅତିଥିଙ୍କୁ ମଧ୍ୟ ଗିରଫ କରିନେଇଛି। ସମସ୍ତଙ୍କୁ ଥାନାକୁ ନିଆଯାଇଥିଲା। ସମସ୍ତେ 4,100 ଟଙ୍କା ଜରିମାନା ଦେବା ପରେ ଜାମିନ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.