Below header

ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗ: ଆଜିଠୁ ବିିଭିନ୍ନ ନିଯୋଗ ସହ ବୈଠକ, ୧୦ ଦିନ ଭିତରେ ରିପୋର୍ଟ ଦେବେ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲାପାଳ

ପୁରୀ: ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗରେ ଆଜିଠୁ ବିିଭିନ୍ନ ନିଯୋଗ ସହ ବୈଠକ । ଦିନ ୧୧ଟାରେ ଭିଡିଓ କନ୍‌ଫରେନ୍‌ସିଂରେ ପ୍ରଥମ ବୈଠକ କରାଯିବ । ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା ହେବ । ସେବକ ନିଯୋଗ କର୍ମକର୍ତ୍ତା ଓ ବରିଷ୍ଠ ସେବାୟତଙ୍କ ମତାମତ ସଂଗ୍ରହ କରାଯିବ । ଏହା ପରେ ୧୨ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଏହି ବୈଠକ ଚାଲିବ । ୬ ଦିନ ପର୍ଯ୍ୟନ୍ତ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ହେବ । ଖୋଲିବା ପ୍ରସଙ୍ଗରେ ୧୦ ଦିନ ଭିତରେ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲାପାଳ ରିପୋର୍ଟ ଦାଖଲ କରିବେ ।

ଗତକାଲି ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବା ନେଇ ଶ୍ରୀମନ୍ଦିର ପ୍ରଶାସନ ସମେତ ରାଜ୍ୟର ବଡ଼ ବଡ଼ ମନ୍ଦିର ପ୍ରଶାସନକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। କୋଭିଡ଼ କଟକଣା ଭିତରେ କେମିତି ମନ୍ଦିର ଖୋଲିହେବ, ସେଥିପାଇଁ ସବୁ ପକ୍ଷଙ୍କ ସହ ଆଲୋଚନା କରି ୧୦ ଦିନ ଭିତରେ ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳମାନଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.