ଆଜି ଉତ୍ତର ଆଣ୍ଡାମାନ ସାଗର ସୃଷ୍ଟି ହେବ ଆଉ ଏକ ଲଘୁଚାପ ବଳୟ, ଅବପାତ ପରେ ହେବ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳ ମୁହାଁ

ଭୁବନେଶ୍ବର: ଉତ୍ତର ଆଣ୍ଡାମାନ ସାଗର ଆଜି ସୃଷ୍ଟି ହେବ ଆଉ ଏକ ଲଘୁଚାପ ବଳୟ । ଏହା ଧୀରେ ଧୀରେ ଘନୀଭୂତ ହେବ । ପରବର୍ତ୍ତୀ କିଛି ଘଣ୍ଟାରେ ଳଘୁଚାପ ନେବ ଅବପାତର ରୂପ । ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ସାମୁଦ୍ରିକ ଝଡ଼ର ସମ୍ଭାବନା ନାହିଁ । ଡିପ୍ରେସନ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳ ମୁହାଁ ହେବ ଲଘୁଚାପ । ପ୍ରଭାବରେ ୧୧ ତାରିଖରୁ ଆରମ୍ଭ ହେବ ବର୍ଷା । ୧୧ ଓ ୧୨ ତାରିଖ ପାଇଁ ୪ଟି ଜିଲ୍ଲା ଗଜପତି, ରଞ୍ଜାମ, କୋରାପୁଟ ଓ ରାୟଗଡ଼ାକୁ ଜାରି ହୋଇଛି ୟେଲୋ ଓ୍ଵାର୍ଣ୍ଣିଂ । ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ସମ୍ଭାବନା ରହିଛି ।

ସେହିପରି ୧୩ ତାରିଖ ପାଇଁ ୬ଟି ଜିଲ୍ଲା ଗଞ୍ଜାମ, ପୁରୀ, ନବରଙ୍ଗପୁର, କଳାହାଣ୍ଡି, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ୧୧ ତାରିଖରୁ ଦକ୍ଷିଣ ଓଡ଼ିଶା ଉପକୂଳରେ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବ । ସମୁଦ୍ର ଅଶାନ୍ତ ରହିବ । ଏହାକୁ ଦୃଷ୍ଟିରେ ରଖି ୧୦ ତାରିଖରୁ ଗଭୀର ସମୁଦ୍ରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.