ବିଜୁ ଜନତା ଦଳର ପକ୍ଷରୁ ଆୟୋଜିତ କ୍ରୀଡା ମହାକୁମ୍ଭ ପାଇଁ ଚଳଚଞ୍ଚଳ ମୟୂରଭଞ୍ଜ ଜିଲ୍ଲା

କେନ୍ୟୁଜ୍(ବ୍ୟୁରୋ):  ଖେଳ ମାଧ୍ୟମରେ ଦଳ ଭିତରେ ସଂପର୍କ ସୁଦୃଢର ଅଭିନବ ପ୍ରୟାସ । ବିଜୁ ଜନତା ଦଳର ପକ୍ଷରୁ ଆୟୋଜିତ କ୍ରୀଡା ମହାକୁମ୍ଭ ପାଇଁ ଚଳଚଞ୍ଚଳ ମୟୂରଭଞ୍ଜ ଜିଲ୍ଲା । ଗାଁ ଠାରୁ ସହର ସବୁଠି ଏବେ କ୍ରିକେଟ ଓ ଫୁଟବଲ୍‌ ଫିବର । ବାରିପଦା ଷ୍ଟାଡିୟମରେ ଅନୁଷ୍ଠିତ ହୋଇଛି ବିଧାୟକ ଏକାଦଶ ଓ ମୟୂରଭଞ୍ଜ ଏକାଦଶ ମଧ୍ୟରେ କ୍ରିକେଟ୍‌ ମ୍ୟାଚ୍‌ ।

ଆଜି ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ । ବିଜେତା ଦଳକୁ ୧ ଲକ୍ଷ ଓ ରନର୍ସ ଅପ ଦଳକୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ । ମୟୂରଭରେ ପ୍ରଥମ କରି ଯୁବ ପ୍ରତିଭା ଅନେ୍ଵଷଣ ପାଇଁ ଏପରି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଇଛି ।

bjd3

ଗ୍ରାମାଞ୍ଚଳରୁ ସହରାଞ୍ଚଳର ଯୁବ ଖେଳାଳିଙ୍କୁ ଉତ୍ସାହିତ କରିବାକୁ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଏପରି ପ୍ରୟାସ କରାଯାଉଛି । ଆଗକୁ ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ମହାକୁମ୍ଭ କରିବାକୁ ଯୋଜନା ରଖିଛି ବିଜୁ ଜନତା ଦଳ

Leave A Reply

Your email address will not be published.