କ୍ରିକେଟ ପରେ ଏବେ ପଶୁପାଳନରେ ନଂ ୧ ଧୋନୀ, ମିଳିଲା ସର୍ବଶ୍ରେଷ୍ଠ ପଶୁପାଳକ ପୁରସ୍କାର

କ୍ରିକେଟ ପରେ ଏବେ ମହେନ୍ଦ୍ର ସିଂ ଧୋନୀ ପୁଣି ଏକ ରେକର୍ଡ ହାସିଲ କରିଛନ୍ତି। କ୍ରିକେଟର ଦମଦାର ପ୍ରଦର୍ଶନ ପରେ ଏବେ ସର୍ବଶ୍ରେଷ୍ଠ ପଶୁପାଳକ ମଧ୍ୟ ହୋଇଛନ୍ତି ଧୋନୀ । ଧୋନୀଙ୍କୁ ବିର୍ସା କୃଷି ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୂର୍ବ ଭାରତର ପଶୁପାଳନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ପୁରସ୍କାର ମିଳିଛି ।

ଧୋନୀ ନିଜର ୪୩ ଏକର ଫାର୍ମ ହାଉସରେ ପନିପରିବା, ଫଳ ବ୍ୟତୀତ ଡାଏରୀ ଫାର୍ମ କରିଛନ୍ତି । ଶନିବାର ବିର୍ସା କୃଷି ବିଶ୍ୱ ବିଦ୍ୟାଳୟରେ ଆୟୋଜିତ ଏଗ୍ରୋଟିକ୍ କିଷାନ ମେଳାରେ ମାହିଙ୍କୁ ସମ୍ମାନସ୍ପଦ ସ୍ମୃତି ଚିହ୍ନ ଓ ଉତ୍ତରୀୟ ପ୍ରଦାନ କରାଯାଇଛି । ଯାହାକୁ ତାଙ୍କ ପ୍ରତିନିଧି କୃଣାଲ ଗୌରବ ସ୍ୱୀକାର କରିଛନ୍ତି ।

ରାଞ୍ଚିର କାଙ୍କେ ସ୍ଥିତ ବିର୍ସା କୃଷି ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଶୁ ପାଳନ ବାବଦରେ ଅନେକ ତଥ୍ୟ ରହିଥିଲା । ପ୍ରଦର୍ଶନୀ ମଧ୍ୟ କରାଯାଇଥିଲା । ପ୍ରଥମ ଥର ପାଇଁ ଧୋନୀଙ୍କ ଡାଏରୀ ଫାର୍ମରୁ ଦୁଇଟି ଗାଈକୁ ଅଣାଯାଇଥିଲା । ଏହି ଗାଈ ପ୍ରତିଦିନ ୩୫ ଲିଟର କ୍ଷୀର ଦେଇଥାନ୍ତି । ରାଞ୍ଚି ସ୍ଥିତ ମହେନ୍ଦ୍ର ସିଂ ଧୋନୀଙ୍କ ଫାର୍ମ ହାଉସରେ ଡାଏରୀ ଫାର୍ମ ରହିଛି । ଏବେ ଏଠାରେ ପ୍ରାୟ ୧୦୪ ଗାଈ ରହିଛନ୍ତି । ଗୀର, ପ୍ରିଜିୟନ, ସାହିଓ୍ୱାଲ ପ୍ରଜାତିର ଅଧିକ ଗାଈ ଅଛନ୍ତି । ଏହାସହ ଦେଶୀ ଗାଈ ମଧ୍ୟ ଡାଏରୀ ଫାର୍ମରେ ରହିଛନ୍ତି ।

Leave A Reply

Your email address will not be published.