କେନ୍ୟୁଜ୍(ବ୍ୟୁରୋ): ହିମାଳୟର ଟାଙ୍ଗଲାଙ୍ଗଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ଭୁବନେଶ୍ୱର ସାଇକେଲିଙ୍ଗ ଆଣ୍ଡ ଆଡଭେଞ୍ଚର୍ କ୍ଳବ୍ର ସଦସ୍ୟ । ମନାଲି ଲେହ- ଖାରଦୁଙ୍ଗଲା ସାଇକଲ ଅଭିଯାନର ଅଷ୍ଟମ ଦିନରେ ଏମାନେ ସବୁଠାରୁ ଦୁର୍ଗମ ଓ କଷ୍ଟକର ଅଞ୍ଚଳ ତଙ୍ଗଲାଙ୍ଗଲାରେ ପହଞ୍ଚିଥିଲେ ।
ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡାଙ୍କ ନେତୃତ୍ୱରେ BCACର ୨୦ ଜଣ ସାଇକେଲ ଆରୋହୀ ୧୦ଦିନର ସାଇକେଲ ଯାତ୍ରାରେ ଅଛନ୍ତି । ଅଗଷ୍ଟ ୮ ତାରିଖରୁ ଏମାନେ ମନାଲିରୁ ଯାତ୍ରା ଆରମ୍ଭ କରିଥିଲେ । ଟାଙ୍ଗଲାଙ୍ଗଲା ୧୭ ଶହ ୨୮ ଫୁଟ୍ ଉଚ୍ଚରେ ରହିଛି । ସେଠାରେ ପାଗ ମଧ୍ୟ ପ୍ରତିକୂଳ ରହିଛି । ଏହା ବିଶ୍ଵର ଉଚ୍ଚତମ ମୋଟର ପାସ ମଧ୍ୟରୁ ଅନ୍ୟତମ ।