ଷ୍ଟଡି ଟେବୁଲରେ ରଖନ୍ତୁ ନାହିଁ ଏହି ୫ ଜିନିଷ, ଉନ୍ନତିରେ ଆଣିଥାଏ ବାଧା

ପିଲାଙ୍କ ପଢ଼ା ପାଇଁ ତାଙ୍କ ପଢ଼ା ରୁମ ଓ ଷ୍ଟଡି ଟେବୁଲ ବହୁତ ଗୁରତ୍ୱପୁର୍ଣ୍ଣ । ଶାସ୍ତ୍ର ରେ କିଛି ଏମିତି ଜିନିଷ ବିଷୟରେ ବର୍ଣ୍ଣନା କରାଯାଇଛି,ଯାହାକୁ ଷ୍ଟଡି ଟେବଲ ଉପରେ ରଖିଲେ ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ । ଆସନ୍ତୁ ଜାଣିବା କେଉଁ ଜିନିଷ ଷ୍ଟଡି ଟେବୁଲ ଉପରେ ରଖିବା କଥା ନୁହେଁ ।

ରଦ୍ଦି ପେପର

ପୁରୁଣା ଡାଏରୀ, ଅଦରକାରୀ କାଗଜ, ପୁରୁଣା ଖବରକାଗଜ ଟେବୁଲରେ ରଖିବା ଅଶୁଭ ହୋଇଥାଏ । ଏହି ଜିନିଷକୁ ବ୍ୟବହାର କରୁ ନାହାଁନ୍ତି ଯଦି ତୁରନ୍ତ ହଟାଇ ଦିଅନ୍ତୁ । ବାସ୍ତୁ ଅନୁସାରେ ଏହା ପଢ଼ାରେ ବିଘ୍ନ ଘଟାଇଥାଏ ।

ମୂର୍ତ୍ତି

କିଛି ଲୋକ ନିଜ ପଢ଼ା ଟେବୁଲରେ ପୁରୁଣା ଷ୍ଟାଚ୍ୟୁ ବା ମୂର୍ତ୍ତି ରଖିଥାନ୍ତି । ଶାସ୍ତ୍ର ଅନୁସାରେ ଏହା ନକରାତ୍ମକ ଆଣିଥାଏ । ଏହାଦ୍ୱାରା ପିଲାଙ୍କ ପଢ଼ାରେ ଏକାଗ୍ରତା ଆସିନଥାଏ । ସଫଳତାରେ ଏହା ବାଧା ଆଣିଥାଏ ।

ଗଛ

ଷ୍ଟଡି ବା ଅଫିସ ଟେବଲ ଉପରେ କବେ ବି କଣ୍ଟାଯୁକ୍ତ ଗଛ ରଖନ୍ତୁ ନାହିଁ । ତାହା ଆଟିଫିସିଆଲ ହେଉ ବା ରିୟଲ । ଏପରି ଗଛ ପିଲାଙ୍କ ମାନସିକ ସ୍ଥିତି ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ ।

ସଫା

ଷ୍ଟଡି ଟେବଲ ଉପରେ ଧୂଳି ଜମିଗଲେ ଏହାକୁ ସବୁଦିନ ସଫା କରନ୍ତୁ । ଏହାଛଡ଼ା ଭଙ୍ଗା ଖେଳଣା, ବନ୍ଦ ଘଡି ରଖନ୍ତୁ ନାହିଁ । ଏହା ନକରାତ୍ମକ ବଢ଼ାଇଥାଏ ।

ଅଇଁଠା ବାସନ

ଶାସ୍ତ୍ର ଅନୁସାରେ ଯେଉଁଠି ପଢ଼ାପଢ଼ି କରନ୍ତି, ସେ ଟେବୁଲ ଉପରେ ଅଇଁଠା ବାସନ ରଖିବା କଥା ନୁହେଁ କିମ୍ବା ଖାଇବା କଥା ନୁହେଁ । ଏହାଦ୍ୱାରା ପଢ଼ାରୁ ଧ୍ୟାନ ହଟିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.