ସାଢ଼େ ୪ ବର୍ଷର ବାଗ୍ମୀ ଦିବ୍ୟାଂଶୀ, ସ୍ଵାଧୀନତା ଦିବସରେ ଭାଷଣ ଦେଇ ଦର୍ଶକଙ୍କୁ କରିଦେଲେ ମନ୍ତ୍ରମୁଗ୍ଧ

ଆନନ୍ଦପୁର(କେନ୍ୟୁଜ୍): ଦେଶପ୍ରେମ ବହ୍ନି ସ୍ଵତଃ ଜାଗ୍ରତ ହୋଇଥାଏ। ଏଥିପାଇଁ ବୟସର କୌଣସି ସୀମା ନଥାଏ । ଯାହା ପ୍ରସ୍ଫୁଟିତ ହୋଇଛି ଏକ କୁନି ପ୍ରତିଭା ଠାରେ । ମାତ୍ର ସାଢ଼େ ୪ ବର୍ଷ ବୟସରେ ଦିବ୍ୟାଂଶୀ ସାହୁ ଆଜିର ୭୬ ତମ ସ୍ଵାଧୀନତା ଦିବସ ପାଳନ ଅବସରରେ ନିଜର ଅଭିଭାଷଣ ଦ୍ଵାରା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଛନ୍ତି ।

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ କେଶଦୁରାପାଳ ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ୭୬ ତମ ସାଧାରତନ୍ତ୍ର ଦିବସ ପାଳନ ଅବସରରେ ଦିବ୍ୟାଂଶୀ ପ୍ରଥମେ ଇଂରାଜୀରେ ଭାଷଣ ଆରମ୍ଭ କରିବା ପରେ ନିଜ କଣ୍ଠରେ ଜାତୀୟ ସଙ୍ଗୀତ ଗାନ କରିଥିଲେ । ଯାହାକୁ ଉପସ୍ଥିତ ଦର୍ଶକ ଉଚ୍ଚ ପ୍ରଶଂସା କରିଥିଲେ । ସୂଚନାଯୋଗ୍ୟ, ଦିଦ୍ୟାଂଶୀ କେଶଦୁରାପାଳ ତକ୍ଷଶାଳା ଇଣ୍ଟରନ୍ୟାସନାଲ୍ ସ୍କୁଲର LKG ର ଛାତ୍ରୀ ଅଟନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.