ଅମାନୁଷିକ ହତ୍ୟାକାଣ୍ଡ, ତଣ୍ଟିରେ ଗୋଡ ରଖି ମାରିଦେଲା ଅଭିଯୁକ୍ତ

କନ୍ଧମାଳ (କେନ୍ୟୁଜ୍) : ଜମିଜମା ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ। ତଣ୍ଟିରେ ଗୋଡ ରଖି ଚିପିଦେଲା ଅଭିଯୁକ୍ତ। କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ ଥାନା ପିପଲପଙ୍ଗା ଗାଁରେ ଘଟିଛି ଏହି ଅମାନୁଷିକ ହତ୍ୟାକାଣ୍ଡ। ମୃତକ ହେଲେ ଯୋଗେଶ୍ୱର ପ୍ରଧାନ। ଅଭିଯୋଗ ଅନୁଯାୟୀ, ପିପଲପଙ୍ଗା ଗାଁର ଯୋଗେଶ୍ୱର ପ୍ରଧାନ ଓ ନଜରା ପ୍ରଧାନଙ୍କ ମଧ୍ୟରେ ବହୁ ଦିନ ଧରି ବିବାଦ ଲାଗିରହିଥିଲା। ଗତକାଲି ଯୋଗେଶ୍ୱର ନିଜ ବାରଣ୍ଡାରେ ବସିଥିବାବେଳେ ନଜରା ହତାଠ୍‌ ଆସି ଯୋଗେଶ୍ୱରଙ୍କୁ ଧକ୍କା ମାରିଥିଲେ। ସେ ତଳେ ପଡିଯିବାରୁ ତାଙ୍କ ବେକ ଉପରେ ଗୋଡ ରଖି ଚାପିଦେଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.