ଯୁବକଙ୍କୁ ହତ୍ୟା, ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ଅଭିଯୋଗ

କେନ୍ଦୁଝର (କେନ୍ୟୁଜ୍) : ଯୁବକଙ୍କୁ ହତ୍ୟା ଅଭିଯୋଗରେ କେନ୍ଦୁଝର ଫକିରପୁରରେ ଉତ୍ତେଜନା । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଫକିରପୁରରେ ଶଶୁର ଘର ଲୋକେ ଜ୍ୱାଇଁକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗାଁର ମଣ୍ଟିନ ଦାଶ ତାଙ୍କ ସ୍ତ୍ରୀକୁ ନେଇ ଭଉଣୀ ଘରକୁ ଯାଇଥିଲେ । ଫେରିବା ବାଟରେ ଅତ୍ୟଧିକ ମଦ୍ୟପାନ ଯୋଗୁ ଗାଡ଼ି ଚଳାଇ ପାରିନଥିଲେ । ଭଦ୍ରକ ପୋଲିସ ସେମାନଙ୍କୁ ପୋଲିସଷ୍ଟେସନ ନେଇଥିଲା । ଖବର ପାଇ ମଣ୍ଟିନଙ୍କ ଶ୍ୱଶୁର ଘର ଲୋକେ ସେଠାରେ ପହଂଚି ତାଙ୍କୁ ପୋଲିସ ଷ୍ଟେସନରୁ ନେଇ ଆସିଥିଲେ । ତେବେ ହଠାତ ଭୋରରୁ ମଣ୍ଟିନଙ୍କ ମୃତଦେହ ଦେଖିବାକୁ ପାଇଥିଲେ ତାଙ୍କ ବାପା । ତାଙ୍କୁ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ମଣ୍ଟିନଙ୍କ ବାପା ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.