ବିବାହିତ ମହିଳାଙ୍କୁ ଦୁଷ୍କର୍ମ ମାମଲା, ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ ଜିଲା ଦୌରା ଜଜ୍

ଯାଜପୁର ଟାଉନ (କେନ୍ୟୁଜ୍) : ଦୁଷ୍କର୍ମକାରୀଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ ଜିଲା ଦୌରା ଜଜ୍ । ଯାଜପୁର ଜିଲ୍ଲା କଳିଙ୍ଗ ନଗର ଥାନା ଅଞ୍ଚଳରେ ଗତ ୨୦୧୭ମସିହାରେ ହୋଇଥିବା ଆଦିବାସୀ ବିବାହିତ ମହିଳାଙ୍କୁ ଦୁଷ୍କର୍ମ ମାମଲାର ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି ମାନ୍ୟବର ଅଦାଲତ । ୨୦୧୭ ମସିହା ଜାନୁୟାରୀ ମାସ ୨୬ ତାରିଖରେ ପୀଡ଼ିତା ଡୁବୁରି ହାଟରୁ ଫେରୁଥିବା ସମୟରେ ଅଭିଯୁକ୍ତ ଲାଦର ମହାକୁଡ ଭିମଟାଙ୍ଗର ଛକ ନିକଟରେ ତାଙ୍କୁ ଦୁଷ୍କର୍ମ କରିଥିଲେ ।

court ଏହି ଘଟଣା ରେ ମୋଟ ୧୩ ଜଣ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ମାନ୍ୟବର ଅଦାଲତ ଅଭିଯୁକ୍ତଙ୍କୁ ଭାରତୀୟ ଦଣ୍ଡବିଧି ୩୭୬/୧ ଅନୁସାରେ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ପାଞ୍ଚ ହଜାର ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଆଇନଜୀବୀ ସମରେନ୍ଦ୍ର ଦାସ ମାମଲା ପରିଚାଳନା କରିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.