ଉଦଯାପିତ ହୋଇଛି ସମ୍ବଲପୁର ମେରୁ ମହୋତ୍ସବ-୨୦୧୯

କଳା ଓ କଳାକାର ପରସ୍ପର ପରିପୂରକ । କଳାକୁ ବଞ୍ଚାଇ ରଖିବା ପାଇଁ କଳାକାରମାନେ ଆଗ୍ରହୀ ଥିବା ବେଳେ ଅଭିନବ ପ୍ରୟାସ ଜାରି ରଖିଛି ସମ୍ବଲପୁରର ଅଭୟ ଆର୍ଟ ଏକାଡେମୀ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ମୁକୁନ୍ଦି ଷ୍ଟାଡିୟମରେ କଳାକାର ଓ କଳାପ୍ରେମୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି ତୃତୀୟ ମେରୁ ଉତ୍ସବ ।

meru

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ମୁକୁନ୍ଦି ଷ୍ଟାଡିୟମରେ ଉଦଯାପିତ ହୋଇଯାଇଛି ମେରୁ ମହୋତ୍ସବ-୨୦୧୯ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ଏକ ସ୍ମରଣିକା ଉନ୍ମୋଚନ ହୋଇଥିଲା । କଳାକାର ଦୁଲଦୁଲି, ଡାଲଖାଇ, ଚୁଟକୁଚୁଟା, ରଙ୍ଗବତୀ ଆଦି ନୃତ୍ୟ ପରିବେଷଣ କରିଥିଲେ । ରୁଷିଆ, ଜାପାନ ଏବଂ ସ୍ପେନରୁ ଆସିଥିବା କଳାକାରମାନେ ସୁନ୍ଦର ଭାବେ ପରିବେଷଣ କରିଥିଲେ ଓଡ଼ିଶୀ ନୃତ୍ୟ । ଯାହାକି ଦର୍ଶକଙ୍କ ମନ ମୋହିଥିଲା ।

meru 2

ଦୁଇଦିନ ଧରି ଚାଲିଥିବା ମେରୁ ଉତ୍ସବରେ ବିଭିନ୍ନ ପ୍ରକାର ନୃତ୍ୟଗୀତରେ ବିଭୋର ହୋଇଥିଲେ ଦର୍ଶକ । ଏହି କାର‌୍ୟ୍ୟକ୍ରମରେ ଗୁରୁଗାନ୍ଧୀ ବାରିକଙ୍କୁ ମେରୁ ନୃତ୍ୟ ସମ୍ମାନ-୨୦୧୯, ସମାଜସେବା ପାଇଁ ଭକ୍ତପ୍ରସାଦ ନନ୍ଦଙ୍କୁ ମେରୁ ସମ୍ମାନ-୨୦୧୯ ଏବଂ ଗୀତିକାର ସର୍ବେଶ୍ୱର ଭୋଇଙ୍କୁ ଅଭୟ ୟୁଥ୍ ଆଇକନ ଆଓ୍ଵାର୍ଡ ପ୍ରଦାନ କରାଯାଇଥିଲା । କଳାକୁ ବଞ୍ଚାଇ ରଖିବା ପାଇଁ ଅଭୟ ଆର୍ଟ ଏକାଡେମୀର ଏଭଳି ପ୍ରୟାସ ବେଶ୍ ପ୍ରଶଂସନୀୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.