ସଂଗରୋଧ କେନ୍ଦ୍ରରେ ଗଛ ଲଗାଇଲେ ପ୍ରବାସୀ ଓଡିଆ

ଯାଜପୁର(କେନ୍ଯୁଜ୍): ବାହାର ରାଜ୍ଯରୁ ଫେରୁଥିବା ପ୍ରବାସୀ ଓଡିଆ ଶ୍ରମିକମାନଙ୍କୁ କ୍ବାରେଣ୍ଟାଇନ ଯେଣ୍ଟରରେ ରଖିବାକୁ ସରକାର ବିଭିନ୍ନ ପ୍ରକାର ବ୍ଯବସ୍ଥା କରିଛନ୍ତି। ବିଭିନ୍ନ ସେଣ୍ଟରରେ ପ୍ରବାସୀ ଓଡିଆ ଭାଇମାନେ ସରକାରଙ୍କ ଦ୍ବାରା ଜାରି କରାଯାଇଥଇବା ନୀତି ନିୟମକୁ ମାନି ଚଳିବା ସହ ବିଭିନ୍ନ କାର୍ଯ୍ଯକ୍ରମ ହାତକୁ ନେଉଥଇବା ଦେଖିବାକୁ ମିଳିଛି। ଏହି କ୍ରମରେ ଯାଜପୁର ଜିଲ୍ଲା ବରୀ ବ୍ଲକ ବୋଦୁଅ ପଞ୍ଚାୟତର ଉଚ୍ଚ ପ୍ରାଥମିକ ବିଦ୍ଯାଳୟ କ୍ବାରେଣ୍ଟାଇନ ସେଣ୍ଟରରେ ଥିବା ୧୨ଜଣ ପ୍ରବାସୀ ଓଡିଆ ଶ୍ରମିକ କ୍ବାରେଣ୍ଟାଇନ ସେଣ୍ଟର ପରିସରରେ ବୃକ୍ଷରୋପଣ କରିଛନ୍ତି।

ପଞ୍ଚାୟତର ସରପଞ୍ଚ ଅର୍ଚ୍ଚନା ମଲ୍ଲିକଙକ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ପ୍ରବାସୀ ଓଡିଆମାନେ ବିଭିନ୍ନ କିସମର ଫଳ, ଫୁଲ ଚାରା ରୋପଣ କରିଥିଲେ। ଏଥିରେ ଖୋଦ ସରପଞ୍ଚ ତାଙ୍କ ସହ ମିଶି ଗଛ ଲଗାଇଥିଲେ। ଏଠାରେ ରହୁଥିବା ଓଡିଆମାନେ ତେଲେଙ୍ଗାନା, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଆଦି ରାଜ୍ଯରୁ ଫେରିଥିବା ସରପଞ୍ଚ ସୂଚନା ଦେଇଥିବା ବେଳେ ସେମାନଙ୍କର ଏହି ପଦକ୍ଷେପକୁ ଧନ୍ଯବାଦ ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.