ତେଲେଙ୍ଗାନାରେ ଫସିଛନ୍ତି ଦାଦନ ଶ୍ରମିକ, ସେଠାରୁ ମୁକ୍ତି ପାଇଁ ଜାରି କଲେ ଭିଡିଓ

ବଲାଙ୍ଗିର(କେନ୍ୟୁଜ): ତେଲେଙ୍ଗାନାରେ ଫସିଛନ୍ତି ଦାଦନ ଶ୍ରମିକ । ଟିଟିଲାଗଡ ବ୍ଲକ ସିକେର ଓ ବଡବନ୍ଧ ଗାଁର ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ଶ୍ରମିକ ତେଲେଙ୍ଗାନାର ଏକ ଇଟାଭାଟିରେ ଫସି ରହିଛନ୍ତି ।

ଇଟାଭାଟି ମାଲିକଙ୍କ ନିର୍ଯ୍ୟାତନା ପରେ ସେଠାରୁ ମୁକ୍ତି ପାଇଁ ଏକ ଭିଡିଓ କରି ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି ଶ୍ରମିକ । ଫସି ରହିଥିବା ଶ୍ରମିକଙ୍କ ମଧ୍ୟରେ ଅନେକ ଶିଶୁ ଶ୍ରମିକ ଥିବା ଜଣାପଡିଛି । ଖବର ପାଇବା ପରେ ଜିଲ୍ଲାପାଳ ଚଞ୍ଚଳ ରାଣା ଟିଟଲାଗଡ ଉପ ଜିଲ୍ଲାପାଳ ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କ ସହ ଆଲୋଚନା କରି ଶ୍ରମିକଙ୍କୁ ସୁରକ୍ଷିତ କରିବା ନେଇ ବ୍ୟବସ୍ଥା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.