ଶୀତର ଆରମ୍ଭରେ ଚିଲିକାରେ ଦେଶୀ ଓ ବିଦେଶାଗତ ପକ୍ଷୀଙ୍କ ଶୁଭିଲାଣି କୋଳାହଳ, ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୁରକ୍ଷା କଡ଼ାକଡି

ବାଲୁଗାଁ(କେନ୍ୟୁଜ୍):  ଚିଲିକାକୁ ଆସିଲେଣି ନୂଆ ଅତିଥି । ଶୀତର ଆଗମନରେ ଚିଲିକାରେ ଦେଶୀ ଓ ବିଦେଶାଗତ ପକ୍ଷୀଙ୍କ କୋଳାହଳ । ଏଥିପାଇଁ ଚିଲିକା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପକ୍ଷୀଙ୍କ ସୁରକ୍ଷା ପାଇଁ ୫ଟି ରେଞ୍ଜରେ ୨୦ଟି ଅସ୍ଥାୟୀ କ୍ୟାମ୍ପ ଖୋଲାଯାଇଛି । ପ୍ରତି କ୍ୟାମ୍ପରେ ୩ ଜଣ ଅସ୍ଥାୟୀ ଗାର୍ଡ ସହ ବନ୍ୟପ୍ରାଣୀ ବିଭାଗର କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଅକ୍ଟୋବର ଶେଷ ସୁଦ୍ଧା ଚିଲିକାକୁ ୨୩ ହଜାରରୁ ଅଧିକ ବିଦେଶାଗତ ପକ୍ଷୀ ଆସିଲେଣି । ସେଥିରୁ କେବଳ ନଳବଣକୁ ମୋଟ୍‌ ୫ ହଜାରରୁ ଊର୍ଦ୍ଧ୍ୱ ପକ୍ଷୀ ଆସିଛନ୍ତି । ଏପର୍ଯ୍ୟନ୍ତ ୭୫ରୁ ଅଧିକ ପ୍ରଜାତିର ପକ୍ଷୀ ଆସିଛନ୍ତି । ଆଗକୁ ଆହୁରି ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବଢ଼ିବ ବୋଲି ଆଶା କରାଯାଉଛି। ବିଗତ ତିନି ବର୍ଷର ରିପୋର୍ଟ ଅନୁସାରେ ୨୦୧୭ରେ ୧୬୧ ପ୍ରଜାତିର ୯ ଲକ୍ଷ ୪୭ ହଜାର ୧୧୯ଟି ପକ୍ଷୀ ଆସିଥିଲେ । ସେହିଭଳି ୨୦୧୮ରେ ୧୪୭ ପ୍ରଜାତିର ୮ ଲକ୍ଷ ୯୩ ହଜାର ୩୯୦ଟି ପକ୍ଷୀ ଆସିଥିଲେ । ୨୦୧୯ରେ ୧୮୧ଟି ପ୍ରଜାତିର ୧୦ ଲକ୍ଷ ୪୭ ହଜାର ୯୬୮ ପକ୍ଷୀ ଆସିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.