କଟକ ସତୀଚୌରା ଶ୍ମଶାନରେ ଆଜି ମିହିର ଦାସଙ୍କ ହେବ ଶେଷକୃତ୍ୟ, ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯ ଗାର୍ଡ ଅଫ୍‌ ଅନର

କଟକ (କେନ୍ଯୁଜ୍): ଆଜି ମିହିର ଦାସଙ୍କ ହେବ ଶେଷକୃତ୍ୟ । କଟକ ସତୀଚୌରା ଶ୍ମଶାନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍‌ ଅନର ଦିଆଯାଇ ଅନ୍ତିମ ସଂସ୍କାର କରାଯିବ । ଗତକାଲି ସିନେଜଗତର ବହୁ ବରିଷ୍ଠ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ ଓ ନିର୍ଦ୍ଦେଶକ ମିହିର ଦାସଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ଗତକାଲି ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ଡାକ୍ତରଖାନାରେ ଅପରାହ୍‌ଣରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଓଲିଭଡର ବରିଷ୍ଠ ଅଭିନେତା ମିହିର ଦାସ । ଗତ କିଛି ମାସ ଧରି କିଡନୀ ଜନିତ ରୋଗରେ ପୀଡ଼ିତ ଥିଲେ । ମିହିର ଦାସଙ୍କ ଅବର୍ତ୍ତମାନରେ ଓଡ଼ିଶା ସିନେମା ଜଗତରେ ସୃଷ୍ଟି ହୋଇଛି ଅପୂରଣୀୟ ଶୂନ୍ୟସ୍ଥାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.