ବନ୍ଧା ହେଲେ କୁବେର ଡାକ୍ତର ସୁକାନ୍ତ ଜେନା, ଘରୁ ମିିଳିଥିଲା ନଗଦ ୧ କୋଟି ୧୨ ଲକ୍ଷ ଟଙ୍କା

ଭୁବନେଶ୍ବର(କେନ୍ୟୁଜ୍): ବନ୍ଧା ହେଲେ କୁବେର ଡାକ୍ତର ସୁକାନ୍ତ ଜେନା। ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ଲାଞ୍ଚ ନେବା ବେଳେ ଧରାପଡିଥିଲେ ପୁରୀ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ସୁକାନ୍ତ ଜେନା । ଗତକାଲି ଭୁବନେଶ୍ୱର କଳାରହଙ୍ଗା ସ୍ଥିତ ତାଙ୍କ ଘରୁ ଚଢାଉ ବେଳେ ମିିଳିଥିଲା ନଗଦ ୧ କୋଟି ୧୨ ଲକ୍ଷ । ରାତିସାରା କୁବେର ଡାକ୍ତରଙ୍କ ସମ୍ପତ୍ତିର ହିସାବ ଚାଲିଥିଲା । ଟଙ୍କା ଗଣିବା ପାଇଁ ଘରେ ମେସିନ ଲାଗିଥିଲା । ଡାକ୍ତର ବାବୁଙ୍କ ଭୁବନେଶ୍ୱର କଳାରାହାଙ୍ଗରେ ୩ ମହଳା ବିଶିଷ୍ଠ ବିଲ୍ଡିଂ ରହିଛି ।

ଜଟଣୀରେ ତାଙ୍କର ପ୍ଲଟ ମଧ୍ୟ ରହିଛି । ପୁରୀରେ ଷ୍ଟୁଡିଓ ଆପାର୍ଟମେଣ୍ଟ ଅଛି । ସେହିପରି ୩୮ ଲକ୍ଷ ୬୩ ହଜାର ଟଙ୍କାର ଫିକ୍ସିଡ ଡିପୋଜିଟ ଓ ୪୪ ଲକ୍ଷ ଟଙ୍କାର ବୀମା ରହିଛି । ଦୁଇଟି ଦାମୀ କାର ରହିଛି । ଡାକ୍ତର ସୁକାନ୍ତ ଜେନା ସିଜରିଆନ୍‌ ଅପରେସନ୍‌ ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗତକାଲି ତାଙ୍କୁ ଭିିଜିଲାନ୍ସ ଧରିିଥିଲା । ଏହା ପରେ ଭୁବନେଶ୍ୱର କଳାରାହାଙ୍ଗ ସ୍ଥିତ ତାଙ୍କ ଘରେ ଚଢାଉ ହୋଇଥିଲା । ଯାଞ୍ଚ ବେଳେ ନଗଦ ୧ କୋଟି ୧୨ ଲକ୍ଷ ଟଙ୍କା ଜବତ ହୋଇଛି । ଏକାଥରେ ଏତେ ନଗଦ ଟଙ୍କା ଠାବ ଓଡ଼ିଶା ଭିଜିଲାନ୍ସ ଇତିହାସରେ ପ୍ରଥମ ବୋଲି କୁହାଯାଉଛି । ତେବେ ଅଧିକ ଖୋଳତାଡ କରିବାକୁ ତାଙ୍କୁ ରିମାଣ୍ଡରେ ଆଣିବେ ବୋଲି ସୂଚନା ଦେଇଛନ୍ତି ଭିଜିଲାନ୍ସ ଏସପି ଅନୁପମା ଜେମସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.