ଖଣି ମାଲିକଙ୍କ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ

କେନ୍ଦୁଝର : କ୍ଷତିପୂରଣ ଦେଇ ନଥିବା, ବେଆଇନ ଖଣି ଖନନକାରୀ କଂପାନୀଙ୍କ, ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ଜିଲ୍ଲାପାଳଙ୍କ କୋର୍ଟରେ ଆରମ୍ଭ ହେବ ଖଣି ମାଲିକଙ୍କ ସମ୍ପତ୍ତି ବାଜ୍ୟାପ୍ତି ନେଇ ଶୁଣାଣି। ୯ଟି କଂପାନୀ ନିଜ ପକ୍ଷ ରଖିବେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଖଣି ଜରିମାନ ଦେଇପାରିନଥିବା ଖଣି ମାଲକଙ୍କ ବିରୋଧରେ ସାର୍ଟିଫିକେଟ କେସ ରୁଜକୁ ହୋଇଥିଲା। ସାର୍ଟିଫିକେଟ କେସ ସଂକ୍ରାନ୍ତୀୟ ମାମଲାର ଶୁଣାଣି ହେବ। କ୍ଷତି ପୂରଣ ଦେଇନଥିବା ୩୧ଟି କମ୍ପାନୀ ମଧ୍ୟରୁ ଯୋଡ଼ାରେ ୨୮ଟି ଓ କେନ୍ଦୁଝରରେ ୩ଟି ଖଣି ରହିଛି। ୩୧ଟି ଖଣିର ୨୩ ଜଣ ମାଲିକଙ୍କ ବିରୋଧରେ ହୋଇଥିବା ମାମଲାର ଶୁଣାଣି ହେବ।

ଜୁଲାଇ ୨୮, ଅଗଷ୍ଟ ୪ ଓ ଅଗଷ୍ଟ ୧୮ ତାରିଖରେ ଶୁଣାଣି ହେବ। ପ୍ରଥମ ଦିନରେ ବି.କେ ମହାନ୍ତି ଗନ୍ଧମାର୍ଦ୍ଦନ ସ୍ପଞ୍ଜ, ମାଲା ରାୟ ଏଣ୍ଡ ବ୍ରଦର, ବିପିଏମଇ ଲିମିଟେଡ, ନାରାୟଣୀ ସନ୍ସ, ଏସ.ଡି. ଶର୍ମା, ସାରଦା ମାଇନସ, ଏଚ.ଜି. ପାଣ୍ଡିଆ ଏଣ୍ଡ ବ୍ରଦର୍ସ, ବାସୁଦେବ ଅଗ୍ରଓ୍ଵାଲା ଭଳି ଖଣି ମାଲିକ ସେମାନଙ୍କ ପକ୍ଷ ରଖିବେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବେଆଇନ ଖଣି ଖନନ ଲାଗି ଲିଜଧାରୀଙ୍କଠାରୁ ୧୭ହଜାର ୫ଶହ କୋଟି ଟଙ୍କା କ୍ଷତିପୂରଣ ଆଦାୟ ହେବା କଥା । ଆଦାୟ ହୋଇଛି ୧୨ ହଜାର କୋଟି ଟଙ୍କା । ଅବଶିଷ୍ଟ ୫ହଜାର ୫ଶହ କୋଟି ଟଙ୍କା ଆଦାୟ ନେଇ ଜିଲ୍ଲାପାଳମାନଙ୍କୁ ସାର୍ଟିଫିକେଟ୍ କେଶ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.