କେନ୍ଦୁଝର: ଯୋଡା ଦେଓଝର ଠାରେ ଥିବା ଜିନ୍ଦଲ ପେଲେଟ ପ୍ଲାଣ୍ଟରେ ଶ୍ରମିକ ମୃତ୍ୟୁକୁ ନେଇ ଉତ୍ତେଜନା। କ୍ଷତିପୂରଣ ଦାବିରେ ଶ୍ରମିକମାନେ ପ୍ଲାଣ୍ଟ ଫାଟକ ସାମ୍ନାରେ ଧାରଣା ଦେଇଥିଲେ। ତେବେ ମୃତକଙ୍କ ପୁଅକୁ ଚାକିରି ଓ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ମିଳିବା ପରେ ବିଳମ୍ବିତ ରାତିରେ ଆନ୍ଦୋଳନ ହଟିଛି। ପ୍ଲାଣ୍ଟରେ କାମ କରୁଥିବା ବେଳେ ହାଇଡ୍ରା ଗାଡ଼ି ମାଡିଯାଇ ଜଣେ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ପରେ ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଥିଲା।
ମୃତ୍ୟୁ ପରେ ଶ୍ରମିକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଏବଂ ମୃତ ଶ୍ରମିକଙ୍କ ପରିବାରରୁ ଜଣଙ୍କୁ ଚାକିରି ଦାବି କରି ଧାରଣା ଦେଇଥିଲେ ଶ୍ରମିକ। ପୋଲିସ ଏବଂ କମ୍ପାନୀ କର୍ତ୍ତୃପକ୍ଷ ବୁଝାସୁଝା କରିବା ପରେ ବି ଧାରଣା ଜାରି ରହିଥିଲା।