ଗଣଶିକ୍ଷା ବିଭାଗର ଚିନ୍ତା ବଢାଇଛି ୩୧ ସ୍କୁଲର ଜିରୋ ରେଜଲ୍ଟ, ପ୍ରଧାନଶିକ୍ଷକମାନଙ୍କ ସହ ବୈଠକ କରିବେ ମନ୍ତ୍ରୀ ସମୀର ଦାସ

କେନ୍ୟୁଜ୍(କେନ୍ୟୁଜ୍): ଗଣଶିକ୍ଷା ବିଭାଗର ଚିନ୍ତା ବଢାଇଛି ୩୧ ସ୍କୁଲର ଜିରୋ ରେଜଲ୍ଟ, ।ଖୁବ ଶୀଘ୍ର ଏହି ୩୧ ସ୍କୁଲର ହେଡମାଷ୍ଟରଙ୍କୁ ଡାକି ବୈଠକ କରିବାକୁ ସଜବାଜ ହେଉଛି ଗଣଶିକ୍ଷା ବିଭାଗ। ଏହି ପ୍ରଧାନଶିକ୍ଷକମାନଙ୍କ ସହ ଖୋଦ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କଥା ହେବାର ସୂଚନା ରହିଛି। କାହିଁକି ଏହି ସବୁ ସ୍କୁଲ ପିଲାମାନେ ଦାଶମ ଶ୍ରେଣୀ ପାସ୍ କରିପାରିନାହନ୍ତି ସେବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ।

 

ସେହିଭଳି ରାଜ୍ୟର ୧୦୧ ଟି ଉତ୍କର୍ଷ ବିଦ୍ୟାଳୟ, ୩୦ ଜିଲ୍ଲାର ୩୦ ଟି ଯୁକ୍ତ ଦୁଇ କଲେଜ୍ ଶିକ୍ଷକଙ୍କୁ ମିଳିବ ଅନଲାଇନ ତାଲିମ୍। ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଆସନ୍ତା ୪ ତାରିଖରୁ ୫ ଦିନ ଧରି ଟ୍ରେନିଂ ଦିଆଯିବ। ଅନଲାଇନ ଶିକ୍ଷା ନେଇ ତାଲିମ୍ ଦିଆଯିବ। ଏସବୁ ଶିକ୍ଷାନଷ୍ଠାନ ଗୁଡ଼ିକରେ ଶିକ୍ଷାଦାନ ଯେପରି କରୋନା ପାଇଁ ପ୍ରଭାବିତ ନ ହଉ ଏବଂ ରେଜଲ୍ଟ ହାର ବଢୁ ସେଥିଲାଗି ଏହି ନିଷ୍ପତ୍ତି ନିଆଯାଇଥିବା କହିଲେ ବିଭାଗୀୟ ମନ୍ତ୍ରୀ ସମୀର ଦାଶ।  ଦିନେ ଦୁଇ ଦିନ ଭିତରେ ଯୁକ୍ତ ଦୁଇ ଆଡ଼ମିଶନ ନେଇ ବିଜ୍ଞପ୍ତି ପ୍ରକାଶ କରିବେ ସରକାର।  ଏନେଇ ସୂଚନା ଦେଲେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.