Below header

ଶଳାକୁ ଅପହରଣ କଲା ଭିଣୋଇ କିନ୍ତୁ କାହିଁକି ?

ନିଆଳି (କେନ୍ୟୁଜ୍) : ନାବାଳକ ଶଳାକୁ ଅପହରଣ କଲା ଭିଣୋଇ । ଏଭଳି ଘଟଣା ଦେଖିବାକୁ ମିଳିଛି ନିଆଳି ଥାନା ଅଠାନ୍ତର ଗାଁରେ । ଗାଁର କାଳନ୍ଦୀ ସାହୁଙ୍କ ପୁଅ ସୋମନାଥକୁ ଗତ ୨୩ତାରିଖରୁ ସ୍କୁଲ ଯାଉଥିବାବେଳେ ଅପହରଣ କରିଛି ଭିଣୋଇ । ଏନେଇ ନିଆଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ନାବାଳକର ମାଆ । ସୂଚନା ଅନୁସାରେ ଉକ୍ତ ଗାଁର ବିଚିତ୍ରାନନ୍ଦ ମଲିକ, କାଳନ୍ଦୀ ସାହୁଙ୍କ ବଡ଼ ଝିଅକୁ ନେଇ ଫେରାର ହୋଇଯାଇଥିଲେ । ହେଲେ ସେ ଝିଅ ବିଚିତ୍ରାନନ୍ଦ ଠାରୁ ଦୂରେଇ ଯାଇ ଅନ୍ୟ କୁଆଡେ ଚାଲିଯାଇଛି । ତାର କୌଣସି ଖବର ନଥିବାବେଳେ ୨୦୧୮ରେ ପୁଣି କାଳନ୍ଦୀଙ୍କ ମଝିଆ ଝିଅକୁ ନେଇ ଚମ୍ପଟ ମାରିଥିଲେ ବିଚିତ୍ରାନନ୍ଦ ।

ଏବେ ସେ ବଡ଼ ଝିଅକୁ ଫେରି ପାଇବା ପାଇଁ କାଳନ୍ଦୀଙ୍କ ନାବାଳକ ପୁଅକୁ ଅପହରଣ କରିଥିବା କାଳନ୍ଦୀଙ୍କ ପରିବାର ଲୋକେ କହିଛନ୍ତି । ସୋମନାଥ ଅପହରଣକୁ ୬ଦିନ ପୁରିଥିଲେ ବି ପୋଲିସ କୌଣସି ଖବର ପାଇପାରିନାହିଁ । ସେପଟେ ଅଭିଯୁକ୍ତ ବିଚିତ୍ରାନନ୍ଦ ଟେଲିଫୋନରେ କାଳନ୍ଦୀଙ୍କୁ ଧମକ ଦେଉଛି । ବଡ଼ଝିଅକୁ ଫେରାଇଲେ ପୁଅକୁ ଫେରି ପାଇବ, ନଚେତ ପରିଣାମ ଭୟଙ୍କର ହେବ । ଅନ୍ୟପଟେ ପୁଅର ଫେରିବା ବାଟକୁ ଚାହିଁ ବସିଛନ୍ତି କାଳନ୍ଦୀଙ୍କ ପରିବାର ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.