ଖେଳ ହେଲା କାଳ, ଅନଲାଇନ୍ ଗେମ୍ ପାଇଁ ଭାଇକୁ ମାରିଲା ନାବାଳକ ଭାଇ

ନୂଆଦିଲ୍ଲୀ : ଖେଳ ହେଲା କାଳ । ମୋବାଇଲରୁ ଆରମ୍ଭ ଖେଳ ମୃତ୍ୟୁରେ ହେଲା ଶେଷ । ଭାଇର ଜୀବନ ନେଲା ଭାଇ । ଅନଲାଇନ୍ ଗେମ୍ ପାଇଁ ନିଜ ସମ୍ପର୍କୀୟ ସାନ ଭାଇକୁ ଅତି ନିର୍ମମ ଭାବେ ହତ୍ୟା କରିଛି ୧୬ ବର୍ଷୀୟ ନାବାଳକ । କେବଳ ସେତିକି ନୁହେଁ ହତ୍ୟା କରି ମୃତଦେହକୁ ପୋତି ଦେଇଥିଲା ଅଭିଯୁକ୍ତ ନାବାଳକ ।

ଏହି ଚାଞ୍ଚଲ୍ୟକର ଘଟଣାଟି ଘଟିଛି ରାଜସ୍ଥାନ ଜୟପୁରରେ । ସୂଚନା ଅନୁସାରେ, ଦୁଇ ଭାଇ ସବୁବେଳେ ଏକାଠି ଅନଲାଇନ୍ ଗେମ୍ ଖେଳୁଥିଲେ । ଗେମିଂର ଟୋକନ ପାଇଁ ବଡ ଭାଇଠୁ ଟଙ୍କା ଉଦ୍ଧାର ନେଇଥିଲା ସାନ ଭାଇ ପ୍ରବୀଣ । ଯାହା ଫେରାଇ ନପାରିବାରୁ ପ୍ରବୀଣର ତଣ୍ଟି ଚିପି ହତ୍ୟା କରିଥିଲା ଅଭିଯୁକ୍ତ ନାବାଳକ ।

ଏହା ପରେ ମୃତଦେହକୁ ନିକଟସ୍ଥ ପଡିଆରେ ପୋତିଦେଇଥିଲା । କେବଳ ସେତିକି ନୁହେଁ ଇନଷ୍ଟାଗ୍ରାମରେ ଏକ ଫେକ୍ ଆକାଉଣ୍ଟ ଖୋଲି ପ୍ରବୀଣର ବାପାଙ୍କୁ ୫ ଲକ୍ଷ ଟଙ୍କା ମାଗିଥିଲା । ଟଙ୍କା ଦେଲେ ପୁଅକୁ ଫେରି ପାଇବ ବୋଲି ଧମକ ଦେଇଥିଲା । ଏନେଇ ପୋଲିସ୍ରେ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ଧରାପଡିଥିଲା । ତେବେ ଗତ ୮ ତାରିଖରେ ଏହି ହତ୍ୟାକାଣ୍ଡଟି ଘଟିଥିବା ବେଳେ ଆଜି ସତ ସାମ୍ନାକୁ ଆସିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.