ସୈତାନ୍‌ ବାପାର ନୃଶଂସ କାଣ୍ଡ: ନିଜ ଝିଅ ଦେହରେ କିରାସିନି ଢାଳି ଲଗାଇଦେଲା ନିଆଁ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର: ନିଜ ଝିଅ ଦେହରେ କିରାସିନି ଢାଳି ନିଆଁ ଲଗାଇ ପୋଡିଦେଲା ନୃଶଂସ ବାପା। ଗୁରୁତର ଅବସ୍ଥାରେ ବଲାଙ୍ଗିର ଡାକ୍ତରଖାନା ଓ ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବେଲପଡ଼ା ବ୍ଲକ ଡେବ୍ରି ବ୍ଲକରେ ପାରିବାରିକ କଳହରୁ ଏପରି ଜଘନ୍ୟ କାଣ୍ଡ ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଝିଅଟି ଘର ଭିତରେ ଚିତ୍କାର କରୁଥିବାବେଳେ ଗାଁଲୋକେ ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗିର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ କରୁଛି। ତେବେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.