ମାତ୍ର ୩୦ ଟଙ୍କାରେ ଘରେ ବସି ବନାନ୍ତୁ କଲର ଭୋଟର ଆଇଡି କାର୍ଡ, ଜାଣନ୍ତୁ ବନାଇବାର ପୂରା ପ୍ରୋସେସ୍

ଯଦି ଆପଣ କଲର ଭୋଟର ଆଇଡି କାର୍ଡ ତିଆରି କରିବାକୁ ଚାହୁଁଛନ୍ତି, ତାହେଲେ ଏହାକୁ ବନାଇବା ଏବେ ବହୁତ ସହଜ । ଏଥିପାଇଁ ଆପଣଙ୍କୁ ଅଧିକ କିଛି ଚିନ୍ତା କରିବା ଆବଶ୍ୟକ ନାହିଁ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ କଲରଫୁଲ(ରଙ୍ଗିନ) ଏବଂ ପ୍ଲାଷ୍ଟିକ ଭୋଟର ଆଇଡି କାର୍ଡ ଜାରି କରାଯାଉଛି। ଯାହାକୁ ଆପଣ ଘରେ ବସି ଆପ୍ଲାଏ କରିପାରିବେ। ଏହି କାର୍ଡ ସାଇଜରେ ବି ଛୋଟ ହୋଇଥାଏ ଏବଂ ଏହାର ପ୍ରିଣ୍ଟିଙ୍ଗ୍ କ୍ୱାଲିଟି ମଧ୍ୟ ବହୁତ ବଢ଼ିଆ। ଏହି କାର୍ଡକୁ ବନାଇବା ପାଇଁ ଆପଣଙ୍କୁ ମାତ୍ର ୩୦ ଟଙ୍କା ଖର୍ଚ୍ଚ କରିବାକୁ ହେବ। ତାହେଲେ ଆସନ୍ତୁ ଜାଣିବା କେମିତି ଏହି କାର୍ଡ ପାଇଁ ଆପ୍ଲାଏ କରିବେ।

ଏହି ୱେବସାଇଟକୁ ଯିବାକୁ ହେବ

ଘରେ କମ୍ପ୍ୟୁଟର କିମ୍ବା ଲାପଟପ୍ ସାହାଯ୍ୟରେ ଆପଣ ନୂଆ ଆଇଡି କାର୍ଡ ବନାଇବା ପାଇଁ ଆବେଦନ କରିପାରିବେ। ଏଥିପାଇଁ ଆପଣଙ୍କୁ ନିର୍ବାଚନ ଆୟୋଗ ୱେବସାଇଟ http://www.nvsp.inକୁ ଭିଜିଟ୍ କରିବାକୁ ହେବ।

ବୟସ ପ୍ରମାଣପତ୍ର ପାଇଁ ଦେବାକୁ ହେବ ଏହି ଡକ୍ୟୁମେଣ୍ଟ

ଏଜ୍ ପୃଫ୍ ବା ବୟସ ପ୍ରମାଣ ପତ୍ର ପାଇଁ ଆପଣଙ୍କୁ ଜନ୍ମ ପ୍ରମାଣପତ୍ର ଯଥା ହାଇସ୍କୁଲ ମାର୍କସିଟ, ପାସପୋର୍ଟ, ପାନ୍‌ କାର୍ଡ, ଡ୍ରାଇଭିଂ ଲାଇସେନ୍ସ କିମ୍ବା ଆଧାର କାର୍ଡର କପିକୁ ଦେଇପାରିବେ।

voter idଆଡ୍ରେସ ପୃଫ୍ ପାଇଁ ବ୍ୟବହାର କରନ୍ତୁ ଏହି ଡକ୍ୟୁମେଣ୍ଟ

ଏହାବ୍ୟତୀତ ଆଡ୍ରେସ ପୃଫ ପାଇଁ ଆପଣ ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ବ୍ୟାଙ୍କ ପାସବୁକ, ପୋଷ୍ଟ ଅଫିସର ପାସବୁକ, ରାସନ କାର୍ଡ, ବିଜୁଳି ବିଲ ଏବଂ ପାଣି ବିଲ ମଧ୍ୟ ଦେଇପାରିବେ।

କଲରଫୁଲ ଭୋଟର କାର୍ଡ ବନାଇବାର ପ୍ରୋସେସ୍

  • ନିଜ ରାଜ୍ୟର ନିର୍ବାଚନ ଆୟୋଗର ୱେବସାଇଟ www.ceodelhi.gov.inକୁ ଯାଆନ୍ତୁ।
  • Registration color PVC Voter ID ଉପରେ କ୍ଲିକ କରନ୍ତୁ।
  • ଜରୁରୀ ବିବରଣୀ ଭରନ୍ତୁ ଏବଂ ସବମିଟ୍ କରନ୍ତୁ।
  • ଆପଣଙ୍କ ଡିଟେଲ୍ସ ଭେରିଫାଏ ହେବା ପରେ, ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବରକୁ ଭେରିଫିକେସନ କୋଡ ଆସିବ।
  • ଏହାପରେ ଆପଣଙ୍କ ନୂଆ ଭୋଟର ଆଇଡି ମେଲ୍ ଜରିଆରେ ଆପଣଙ୍କ ଘର ଠିକଣାରେ ପହଁଚାଇ ଦିଆଯିବ।
  • ଏହି ପ୍ରକ୍ରିୟା ପାଇଁ ୪୫ ଦିନରୁ ୬୦ ଦିନ ସମୟ ଲାଗିଥାଏ ।

ଏକ ମାସ ଲାଗିଥାଏ ସମୟ

ପୂରା ପ୍ରୋସେସ୍ କରିବା ପରେ ଏବଂ ସବୁ ବିବରଣୀ ଭରିବା ପରେ ନିର୍ବାଚନ ଆୟୋଗ ପକ୍ଷରୁ ବିଏଲଓ ଆପଣଙ୍କ ଘରକୁ ଆସିବେ। ଆପଣଙ୍କ ଡକ୍ୟୁମେଣ୍ଟ ଭେରିଫିକେସନ୍ କରିବେ। ଏହାପରେ ବିଏଲଓ ରିପୋର୍ଟ ଦେବେ। ଏହି ସବୁ ପ୍ରୋସେସ ଶେଷ ହେବାର ଏକ ମାସ ଭିତରେ ଆପଣଙ୍କୁ ନୂଆ ରଙ୍ଗିନ ପ୍ଲାଷ୍ଟିକ ଭୋଟର କାର୍ଡ ଆପଣଙ୍କ ଘର ଠିକଣାରେ ମିଳିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.