କେନ୍ଦୁଝର: ନିଖୋଜ ଶିଶୁକନ୍ୟାର ମୃତଦେହ ଉଦ୍ଧାର, ଦୁଷ୍କର୍ମ ସନ୍ଦେହ

କେନ୍ଦୁଝର(କେନ୍ୟୁଜ୍‌): କେନ୍ଦୁଝରରେ ନିଖୋଜ ଶିଶୁକନ୍ୟାର ମୃତଦେହ ଉଦ୍ଧାର । ଦୁଷ୍କର୍ମ ପରେ ତାକୁ ହତ୍ୟା କରାଯାଇଥିବା ସନ୍ଦେହ କରି ପୋଲିସ ଛାନବିନ୍‌ ଆରମ୍ଭ କରିଛି । କେନ୍ଦୁଝର ଜିଲ୍ଲା ସଦର ଥାନା ହଳଦିଆଗୁଣା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଗାଁର ଜଣେ ବ୍ୟକ୍ତିଙ୍କ ୪ ବର୍ଷର ଶିଶୁ କନ୍ୟାର ମୃତଦେହ ଉଲଗ୍ନ ଅବସ୍ଥାରେ ଉଦ୍ଧାର କରିଛି ସଦର ଥାନା ପୋଲିସ।

ଗତ ୨୦ ତାରିଖ ଠାରୁ ଶିଶୁ କନ୍ୟାର ପତ୍ତା ମିଳୁନଥିଲା । ଲକ୍ଷ୍ମୀପୂଜା ଅବସରରେ ଗାଁରେ ଝୁମର ନୃତ୍ୟ ଦେଖିବାକୁ ପରିବାର ସହ ଯାଇ ସେଠାରୁ ନିଖୋଜ ହୋଇ ଯାଇଥିଲା। ଆଜି ଗାଁ ମୁଣ୍ଡ ଏକ ବାଡ଼ିରୁ ତାର ମୃତଦେହ ଉଦ୍ଧାର ହୋଇଛି । ମୃତ ଦେହ ପଡିଥିବା ସ୍ଥାନରୁ କିଛି ଦୂରରେ ସେ ପିନ୍ଧିଥିବା ବସ୍ତ୍ର ମଧ୍ୟ ପୋଲିସ ଜବତ କରିଛି । କେହି ଦୁର୍ବୃତ୍ତ ଦୁଷ୍କର୍ମ ପରେ ଶିଶୁ କନ୍ୟାକୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.