ନବରଙ୍ଗପୁର:ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ଗାଁ ଠାରୁ ଅଧ କିମି ଦୂର ଏକ ବୁଦା ମୂଳରୁ ମିଳିଛି ମୃତଦେହ

ନବରଙ୍ଗପୁର: ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ଗୁମଣ୍ଡଳୀ ଗାଁରେ ଅଭାବନୀୟ ଘଟଣା। ଜଣେ ୧୬ ବର୍ଷର ନାବାଳିକାର ମୃତଦେହ ଗାଁ ଠାରୁ ଅଧ କିମି ଦୂର ଏକ ବୁଦା ମୂଳରୁ ମିଳିଛି। ନାବାଳିକାଙ୍କ ନାକରୁ ରକ୍ତ ବାହାରିଥିବା ବେଳେ ଗୋଡ଼ରେ ମଧ୍ୟ କ୍ଷତ ଚିହ୍ନ ରହିଥିବା ଦେଖାଯାଇଥିଲା। ପରିବାର ଲୋକେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଏଥିରେ ସଂପୃକ୍ତ ଅଭିଯୁକ୍ତକୁ ଗିରଫ ନକରିବା ପର୍ଯ୍ୟନ୍ତ ମୃତଦେହ ଉଠାଯିବ ନାହିଁ ବୋଲି ଦାବି କରିଛନ୍ତି ପରିବାର ଲୋକେ। ସାଇଣ୍ଟିଫିକ ଟିମ ଦ୍ୱାରା ଘଟଣାର ତଦନ୍ତ କରାଯିବ ବୋଲି କୋଷାଗୁମୁଡ଼ା ଥାନା ଅଧିକାରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.