ଶ୍ରୀମନ୍ଦିର ପରିସରରେ ନାବାଳିକାଙ୍କୁ ଅସଦାଚରଣ ଘଟଣା, ଗିରଫ ହେଲେ ସେବାୟତ

ପୁରୀ(କେ ନ୍ୟୁଜ):  ପୁରୀ ଶ୍ରୀମନ୍ଦିର ପରିସରରେ ଜଣେ ନାବାଳିକାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା ।  ସଦ୍ୟ ମିଳିଥିବା ରିପୋର୍ଟ ଅନୁଯାୟୀ ଘଟଣାରେ ଅଭିଯୁକ୍ତ ସେବାୟତ ଜଣଙ୍କୁ ଗିରଫ କରାଯାଇଛି । ଏପରି ଏକ ସମ୍ବେଦନଶୀଳ ଘଟଣା ୨ ଦିନ ପୂର୍ବେ ଶ୍ରୀମନ୍ଦିରରେ ଘଟିଥିବା ବେଳେ ଆଜି ଘଟଣା ସମ୍ପର୍କରେ ଜଣାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ପୂଜକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ମିଳିଥିବା ସୂଚନା ଅନୁଯାୟୀ, ଆଜିକୁ ପ୍ରାୟ ୨ ଦିନ ତଳେ ଜଣେ ନାବାଳିକା ନିଜ ପରିବାର ସହ ଶ୍ରୀମନ୍ଦିରକୁ ଆସିଥିଲେ । ଏହି ସମୟରେ ଶ୍ରୀମନ୍ଦିର ପରିସରରେ ଥିବା ବାମନ ମନ୍ଦିରରେ ଜଣେ ପୂଜକ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।

ପରେ ନାବାଳିକା ଜଣଙ୍କ ଏନେଇ ପରିବାର ଲୋକଙ୍କୁ କହିବା ପରେ ପରିବାର ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦାୟର କରାଯାଇଛି । ସିଡବ୍ଲ୍ୟୁସିରେ ନାବାଳିକାଙ୍କୁ କାଉନସେଲିଂ ପରେ ବୟାନ ରେକର୍ଡ କରାଯାଇଛି । ପୋକସୋ ଆକ୍ଟ ଅଧୀନରେ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ଜାରି ରଖିଥିଲା ସିଂହଦ୍ୱାର ପୁଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.