ଯାଜପୁର ହରିପୁର ବଜାରରୁ ଦିନ ଦ୍ବିପ୍ରହରରେ ସୁନା ଅଳଙ୍କାର ଲୁଟ ଘଟଣା: ଅଳଙ୍କାର ଜବତ ସହ ୩ଲୁଟେରା ଗିରଫ

ଯାଜପୁର (କେନ୍ୟୁଜ):  କୁଆଖିଆ ଥାନା ହରିପୁର ବଜାରରୁ ଦିନ ଦ୍ବିପ୍ରହରରେ ସୁନା ଅଳଙ୍କାର ଲୁଟ ଘଟଣା। ଏହି ଘଟଣାରେ କୁଆଖିଆ ପୋଲିସ ୩ଜଣ ଲୁଟେରାକୁ ଗିରଫ କରିବାରେ ସକ୍ଷମ ହୋଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଯାଜପୁର ଜିଲ୍ଲା ଯଖପୁରା ଥାନା ଦଶମାଣିଆ ଗ୍ରାମର ଅଂଚଳର ରଙ୍ଗା ପ୍ରଧାନ, ଆକାଶ ପ୍ରଧାନ ଓ ବିଜୟ ପ୍ରଧାନ। ଏଥିସହ ଲୁଟ ହୋଇଥିବା ସୁନା ଅଳଙ୍କାରକୁ ଜବତ କରିବା ସହ ସେମାନଙ୍କ ନିକଟରୁ ଏକ ବାଇକ ଜବତ କରିଛି।

ସୂଚନା ମୁତାବକ, ବୁଧବାର ଅପରାହ୍ନରେ ରାଜେନ୍ଦ୍ରପୁର ଅଞ୍ଚଳର ରବୀନ୍ଦ୍ର ବେହେରାଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା। ହରିପୁର ବଜାରରୁ ଅଳଙ୍କାର କିଣି ନିଜ ବାଇକରେ ରଖି ଅନ୍ୟ ଜିନିଷ କିଣିବା ପାଇଁ ପାଖ ଦୋକାନିକୁ ଯାଇଥିବା ବେଳେ ଏହି ସମୟରେ ଦୁର୍ବୁତ୍ତ ମାନେ ବାଇକରେ ଥିବା ସୁନା ଅଳଙ୍କରକୁ ଲୁଟି ନେଇ ଫେରାର ହୋଇଯାଇଥିଲେ। ଅଭିଯୋଗ ପରେ ପୋଲିସ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହ ତଦନ୍ତ ଚଳାଇଥିଲା।

ତେବେ ଆଜି ଏହି ଘଟଣାରେ ସଂପୃକ୍ତ ଥିବା ୩ଲୁଟେରାକୁ ଗିରଫ କରିବା ସେମାନଙ୍କ ନିକଟରୁ ଲୁଟ ସୁନା ଅଳଙ୍କାର ଜବତ କରିଛି। ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବା ସହ ଅଧିକ ତଦନ୍ତ ଜାରି ରହିଥିବା ଯାଜପୁରରୋଡ଼ ଏସଡିପିଓ ଚିନ୍ମୟ କୁମାର ନାୟକ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.