ଖୋଲିଲା ଚୀନର ଗୁମର, ନିର୍ମାଣ କରୁଛି ୧୦୦ ରୁ ଅଧିକ ପରମାଣୁ ମିସାଇଲ୍‌ ସାଇଲୋ

ନୂଆଦିଲ୍ଲୀ : ଚୀନ ତା’ର ଉତ୍ତର ପଶ୍ଚିମ ମରୁଭୂମିରେ ୧୧୯ ନୂଆ ମିଜାଇଲ ନିର୍ମାଣ କରୁଛି । ଚୀନର ଏହି ପୋଲ ଖୋଲିଛି ସାଟେଲାଇଟ୍‌ ଛବି । ସାଟେଲାଇଟରୁ ମିଳିଥିବା ଛବିରୁ ସ୍ପଷ୍ଟ ହୋଇଛି ଯେ ଚୀନ ୧୦୦ରୁ ଅଧିକ ମିଜାଇଲ ଗଚ୍ଛିତ କରି ରଖିଛି । ଜାଇଲୋ ଏକ ଲମ୍ବା ସିଲିଣ୍ଡର ଆକୃତିର ଗଭୀର ଜିନିଷ ଯେଉଁଥିରେ ପରମାଣୁ ବାଲାଷ୍ଟିକ ମିଜାଇଲ ରଖାଯାଏ ।

china missile.
photo credit: aajtak.in

ଦରକାର ପଡ଼ିଲେ ସାଇଲୋ ଢ଼ାଙ୍କୁଣୀ ଖୋଲି କରି ଏହିଠାରୁ ମିଜାଇଲ ଲଞ୍ଚ କରିଦିଆଯାଏ । ଚୀନର ପରମାଣୁ କାର୍ଯ୍ୟକ୍ରମରେ ଏହା ସବୁଠୁ ବଡ଼ ଏତିହାସିକ ପଦକ୍ଷେପ । ସାଟେଲାଇଟରୁ ନିଆଯାଇଥିବା ଛବିକୁ ବିଶ୍ଲେଷଣ କରି ପ୍ରତିରକ୍ଷା ବିଶେଷଜ୍ଞମାନେ ଏହି କଥା କହିଛନ୍ତି । ଚୀନ ନିଜର ଦେଶରେ ୧୧୯ ଅନ୍ତର୍ମହା ଦୀପୀୟ ପରମାଣୁ ବାଲାଷ୍ଟିକ ମିଜାଇଲ ର ସାଇଲୋ ନିର୍ମାଣ କରୁଛି । ଏହି ମିଜାଇଲ ଆମେରିକା ପର୍ଯ୍ୟନ୍ତ ମାଡ଼ କରିପାରୁଥିବା କ୍ଷମତା ରଖିଛି ।

china missile.
photo credit: aajtak.in

ଚୀନର ଏହି ଇଲାକା ଜାନୁଆରୀ ୨୦୨୧ରେ ଏତେଟା ବିକଶିତ ନଥିଲା । ଏହା କେବଳ ଏକ ମରୁଭୂମି ଥିଲା । ହେଲେ ଜୁନରେ ଏଠାରେ ୧୦୦ ମିଜାଇଲ ନିର୍ମାଣ ହେବା ଦେଖାଯାଇଛି । ଚୀନ ପରମାଣୁ ଅସ୍ତ୍ର ମାମଲାରେ ବିଶ୍ୱର ୫ମ ସ୍ଥାନରେ ରହିଛି । ଚୀନ ପାଖରେ ୨୫୦ ରୁ ୩୫୦ ପରମାଣୁ ଅସ୍ତ୍ର ରହିଛି ।

china missile.
photo credit: aajtak.in

ଯଦିଓ ଆମେରିକା ପାଖରେ ୫୮୦୦ ପରମାଣୁ ଅସ୍ତ୍ର ରହିଛି । ଯେଉଁଥିରୁ ୧୩୭୩ ଟି ପରମାଣୁ ଅସ୍ତ୍ର କେବଳ ବୋମା ବର୍ଷୀ ପଣ୍ଡୁବିୟୋରେ ଲାଗିକରି ରହିଥାଏ । ସେହିପରି ଋଷ ପାଖରେ ୬୩୭୫ ପରମାଣୁ ଅସ୍ତ୍ର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.