ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହୋଲିରେ ବୁଲିଲା ଖଣ୍ଡା, ସଂଘବଦ୍ଧ ଭାବେ ଗୋଟିଏ ପରିବାରର ତିନି ଜଣଙ୍କୁ ଆକ୍ରମଣ

ପୁର୍ବରୁ ଦୁଇ ପରିବାରଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ଆଜି ସକାଳୁ ମୃତକ ଜଣକ ନିଜ ଘର ବାରଣ୍ଡାରେ ବସିଥିବା ବେଳେ ହଠାତ ଗୋଟିଏ ପରିବାରର ଚାରିଜଣ ଖଣ୍ଡା କଟୁରୀ ଦ୍ୱାରା ଚିନ୍ତାମଣିଙ୍କୁ ଆକ୍ରମଣ କରିଥିଲେ

ଆଠଗଡ(କେନ୍ୟୁଜ): ତିଗିରିଆ ଥାନା ଅନ୍ତର୍ଗତ ନୁଆପାଟଣା ବାଲିସାହି ରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଖଣ୍ଡା ଓ କଟୁରୀ ଦ୍ଵାରା ସଙ୍ଗବଦ୍ଧ ଭାବେ ଗୋଟିଏ ପାରିବାରର ତିନି ଜଣଙ୍କୁ ଆକ୍ରମଣ କରା ଯାଇଛି । ଆକ୍ରମଣରେ ଜଣେ ଘଟଣା ସ୍ଥଳରେ ମୃତ।  ମୃତକ ଜଣକ ହେଲେ ଚିନ୍ତାମଣି ବେହେରା। ଏହି ଘଟଣାରେ ଦୁଇ ଜଣ ଅତି ଗୁରୁତର ହୋଇଛନ୍ତି। ଦୁଇ ଗୁରୁତର ହେଲେ ମୃତକଙ୍କ ସ୍ତ୍ରୀ ରଶ୍ମୀ ବେହେରା ଓ ଝିଅ ମିନତୀ ବେହେରା । ଦୁଇ ଜଣଙ୍କୁ ପ୍ରଥମେ ଆଠଗଡ଼ ମେଡିକାଲ ଓ ଅବସ୍ଥା ଗୁରୁତର ହେବାରୁ କଟକ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି।

ପୁର୍ବରୁ ଦୁଇ ପରିବାରଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ଆଜି ସକାଳୁ ମୃତକ ଜଣକ ନିଜ ଘର ବାରଣ୍ଡାରେ ବସିଥିବା ବେଳେ ହଠାତ ଗୋଟିଏ ପରିବାରର ଚାରିଜଣ ଖଣ୍ଡା କଟୁରୀ ଦ୍ୱାରା ଚିନ୍ତାମଣିଙ୍କୁ ଆକ୍ରମଣ କରିଥିଲେ। କେହି କିଛି ବୁଝିବା ପୂର୍ବରୁ ଅତି ନୃଶଂସ ଭାବେ ହାଣି ଚାଲିଥିଲେ। ଚିନ୍ତାମଣିଙ୍କୁ ବଞ୍ଚାଇବା ପାଇଁ ସ୍ତ୍ରୀ ରଶ୍ମୀ ଓ ଝିଅ ମିନତୀ ଆସିବା ବେଳେ ତାଙ୍କୁ ମଧ୍ୟ ଦୁର୍ବୃତ୍ତ ମାନେ ଛାଡ଼ିନଥିଲେ। ଖବର ପାଇ ତିଗିରିଆ ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି । ଘଟଣା ଘଟାଇବା ପରେ ଘଟଣା ସ୍ଥଳରୁ ଦୁର୍ବୃତ୍ତ ମାନେ ଫେରାର ହୋଇଯାଇଛନ୍ତି।

ଅନ୍ୟ ପଟେ ଦୁର୍ବୃତ୍ତମାନଙ୍କ ପାରିବାରର ଦୁଇ ଜଣଙ୍କୁ ତିଗିରିଆ ପୋଲିସ୍ ଆଣି ପଚରା ଉଚରା ଜାରି ରଖିଛି । ଅନ୍ୟ ପକ୍ଷରେ କଟକ ଗ୍ରାମାଂଚଳ ଏସପି , ଆଠଗଡ଼ SDPO, ତିଗିରିଆ ଥାନା ଅଧିକାରୀଙ୍କ ସମେତ ଏକ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇ ଘଟଣାର ତଦନ୍ତ କରାଯାଇଛି । ସାଇଣ୍ଟିଫିକ୍ସି ଟିମ୍ ଘଟଣା ସ୍ଥଳରେ ପହଞ୍ଚି ରକ୍ତ ନମୂନା ସଂଗ୍ରହ କରିବା ସହିତ ତନ ତନ କରି ଯାଞ୍ଚ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.