କେନ୍ଦୁଝର: ରାମଚନ୍ଦ୍ରପୁର ଥାନା ପହାଡପୁର ନିକଟ ନିଚ୍ଛାଟିଆ ରାସ୍ତାରେ ଲୁଟେରା ଆତଙ୍କ, ମରଣାନ୍ତକ ଆକ୍ରମଣ କରି ଯୁବକଙ୍କ ଠାରୁ ଲୁଟେଲେ ବାଇକ

ଆନନ୍ଦପୁର(କେନ୍ୟୁଜ୍): ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ପହାଡପୁର ନିକଟ ନିଚ୍ଛାଟିଆ ରାସ୍ତା ରେ ଜଣେ ଯୁବକଙ୍କୁ ୪-୫ ଜଣ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରି ବାଇକି ଲୁଟିନେଇଛନ୍ତି । ଗୁରୁତର ଯୁବକ ଭଗାନଇ ଗାଁ ର ରବିନ୍ଦ୍ର ଦେହୁରୀ ବୋଲି ସୂଚନା ମିଳିଛି । ରବିନ୍ଦ୍ରଙ୍କୁ  ସ୍ଥାନୀୟ ଲୋକଙ୍କ ସହାୟତାରେ  ଆନନ୍ଦପୁର ଡାକ୍ତରଖାନା ରେ  ଭର୍ତ୍ତି କରାଯାଇଛି। ଘଟଣା ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

ଗତକାଲି ସନ୍ଧ୍ଯାରେ ରବୀନ୍ଦ୍ର ବାଇକ୍ ଯୋଗେ  ନିଜ ଶ୍ବଶୁର ଘର ପଟିଲୋ ଗାଁ କୁ ଯାଇଥିଲେ। ସେଠାରୁ କାମ ସାରି  ଏକାକି ଫେରୁଥିବା ସମୟରେ ପାହାଡପୁର  ୟରାସ୍ତାରେ ହଠାତ୍ ୪-୫ ଜଣ ଦୁର୍ବୃତ୍ତ ରାସ୍ତା ଉପରକୁ ଆସି ରବିନ୍ଦ୍ରଙ୍କୁ ଅଟକାଇ ଠେଙ୍ଗା ଓ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରି ବାଇକ ଲୁଟିନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.