ପୋଲିସକୁ ବୋମାମାଡ଼, ଅଳ୍ପକେ ବର୍ତ୍ତିଗଲେ ଥାନାବାବୁ

ବ୍ରହ୍ମପୁର ବଡବଜ଼ାର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରକୁ ଆଜି ଅପରାହ୍ନରେ ଯାଇ ଏକ ଘରେ ପହଂଚି ଅଭିଯୁକ୍ତଙ୍କୁ ଧରିବା ପାଇଁ କବାଟ ବାଡାଇବାରୁ ଭିତରୁ ପୋଲିସ ଉପରକୁ ବୋମା ଫୋପାଡ଼ି ଥିଲେ। 

ବ୍ରହ୍ମପୁର(କେନ୍ୟୁଜ୍): ପୋଲିସ ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ଼। ବ୍ରହ୍ମପୁର ବଡ଼ବଜାର ଥାନା ଶ୍ରୀକ୍ଷେତ୍ରବିହାରରେ ପୋଲିସ ଉପରକୁ ବୋମା ଫିଙ୍ଗିବା ଅଭିଯୋଗରେ ୫ ଦୁର୍ବୃତ୍ତ ଅଟକ। ଗତକାଲି ଲକ୍ଷ୍ମୀନୃସିଂହ ସାହିରେ ଏକ ଘର ଉପରେ ବୋମାମାଡ଼ ହୋଇଥିଲା । ବୋମା ଫିଙ୍ଗିଥିବା ଦୁର୍ବୃତ୍ତ ଶ୍ରୀକ୍ଷେତ୍ରବିହାରରେ ଏକ ଘରେ ଲୁଚି ରହିଥିବା ନେଇ ସୂଚନା ମିଳିବା ପରେ ବଡ଼ବଜାର ପୋଲିସ ତାକୁ କାବୁ କରିବାକୁ ଚଢଉ କରିଥିଲା। ରେଡ୍‌ ବେଳେ ଦୁର୍ବୃତ୍ତ ଜଣକ ପୁଣି ପୋଲିସ ଉପରକୁ ବୋମା ଫିଙ୍ଗି ଖସିବାକୁ ଚେଷ୍ଟା କରିଥିଲା।

ପରେ ଘଟଣା ସ୍ଥଳରେ ବଡ଼ବଜାର ଥାନା ଅଧିକାରୀ, ଟାଉନ ଥାନା ଅଧିକାରୀ, ଟାଉନ ଏସଡିପିଓଙ୍କ ସମେତ ବ୍ୟାପକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ବୋମାମାଡ଼ ଘଟଣାରେ ସଂପୃକ୍ତି ନେଇ ତିନି ଜଣ ପୁରୁଷ ଓ ଦୁଇ ଜଣ ମହିଳାଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ। ଅଭିଯୁକ୍ତଙ୍କ ଘରୁ କିଛି ବୋମା ଓ ବୋମା ପ୍ରସ୍ତୁତ ସାମଗ୍ରୀ ଜବତ ହୋଇଛି। ବୋମାକୁ ନିଷ୍କ୍ରିୟ କରିବା ବେଳେ ଏହା ଫୁଟିବାରୁ ଜଣେ ପୋଲିସ କର୍ମଚାରୀ ଅଶୋକ ପ୍ରଧାନ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି।..