ଭିନ୍ନ ମୋଡ଼ ନେଲା ମୋହନା ଦାଦନ ଶ୍ରମିକ ମୃତ୍ୟୁ ଘଟଣା: ଜୀବତ ଥାଇ ପରିବାରକୁ ଜଣାଇଥିଲେ ମରିଯାଇଛନ୍ତି ବୋଲି

ଘଟଣାର ୯ ଦିନ ପରେ ମୁମ୍ବାଇରୁ ଶରତଙ୍କୁ ସୁରକ୍ଷିତ ଏବଂ ଜୀବିତ ଉଦ୍ଧାର କରାଯାଇଥିବା ଗଜପତି SP ଏସ୍. ସ୍ଵାତି କୁମାର ସୂଚନା ଦେଇଛନ୍ତି । ବର୍ତ୍ତମାନ ଘଟଣା ସମ୍ବେଦନଶୀଳ ରହିଛି।

ମୋହନା(କେନ୍ୟୁଜ୍): ଭିନ୍ନ ମୋଡ଼ ନେଲା ଦାଦନ ଶ୍ରମିକ ମୃତ୍ୟୁ ଘଟଣା, ଗତ ୬/୦୩/୨୦୨୩ରେ ଅଡବା ଥାନା କଟମା ପଞ୍ଚାୟତ ଅନ୍ତର୍ଗତ ବାରିଆଗାଁର ତାମିଲନାଡୁ ରେ କାର୍ଯ୍ୟରତ ଦାଦନ ଶ୍ରମିକ ଶରତ ପରିଛାଙ୍କୁ ହତ୍ୟା କରାଯାଇଥିବା ନେଇ ଅଡବା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଶରତଙ୍କ ପରିବାରବର୍ଗ।

ଏହାପରେ ପୋଲିସ ପକ୍ଷରୁ ତଦନ୍ତକୁ ଜୋରଜାର କରାଯାଇଥିଲା। ଘଟଣାର ୯ ଦିନ ପରେ ମୁମ୍ବାଇରୁ ଶରତଙ୍କୁ ସୁରକ୍ଷିତ ଏବଂ ଜୀବିତ ଉଦ୍ଧାର କରାଯାଇଥିବା ଗଜପତି SP ଏସ୍. ସ୍ଵାତି କୁମାର ସୂଚନା ଦେଇଛନ୍ତି । ବର୍ତ୍ତମାନ ଘଟଣା ସମ୍ବେଦନଶୀଳ ରହିଛି।  ଏବଂ ଶରତ ପୋଲିସ ହେପାଜତରେ ରହିଛି। କାହିଁକି ଶରତ ମୃତ୍ୟୁର ମିଛ ଖବର ପ୍ରଚାର କଲା ତାକୁ ପଚରା ପରେ ଅଧିକ ତଥ୍ୟ ମିଳିବ ବୋଲି ଗଜପତି ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.