ମନ୍ଦିର ତାଲା ଭାଙ୍ଗି ହୁଣ୍ଡି ଟଙ୍କା ସହ କୁଇଣ୍ଟାଲ୍ ଓଜନର ଲୁହା ଛଡ଼ ଲୁଟି ନେଲେ ଦୁର୍ବୃତ୍ତ

ଆନନ୍ଦପୁର(କେନ୍ୟୁଜ୍):ଘସିପୁରା ବ୍ଲକ ଗଁପୁର କଜଳେଇ ପାହାଡ଼ ଉପରେ ଥିବା ରଘୁନାଥଜିଉ ମନ୍ଦିରର ତାଲା ଭାଙ୍ଗି କେହି ଦୁର୍ବୃତ୍ତ ମୁଖଶାଳାରେ ଥିବା ଏକ କୁଇଣ୍ଟାଲ୍ ଓଜନର ଲୁହା ଛଡ଼ ସହ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି। ସକାଳୁ ମନ୍ଦିର ପୂଜକ ମନ୍ଦିର ତାଲା ଭଙ୍ଗା ଯାଇଥିବା ଦେଖି ଘଟଣା ସମ୍ପର୍କରେ ମନ୍ଦିର ପରିଚାଳନା କମିଟିକୁ ଅବଗତ କରାଇଥିଲେ ।

ପରେ ମନ୍ଦିର ପରିଚାଳନା କମିଟି ସଦସ୍ୟ ମନ୍ଦୀରରେ ପହଞ୍ଚି ଚୋରିକୁ ନେଇ ଚିନ୍ତା ପ୍ରକଟ କରିବା ସହିତ ଚୋରି ସମ୍ବନ୍ଧରେ ରାମଚନ୍ଦ୍ରପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସର ତଦନ୍ତ ଜାରି ରହିଛି। ତେବେ ସ୍ଥାନୀୟ ଅଞ୍ଚଳରେ ଯେଉଁଭଳି ଭାବେ ଚୋରି ବଢ଼ି ଚାଲିଛି ତାହା ପୋଲିସର ମୁଣ୍ଡବିନ୍ଧାର କାରଣ ସାଜିଛି।