ମାଆଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୁତ୍ତ , ତାଡିଲେ ଆଖି ନାକ ମଥାର ଅଳଙ୍କାର

ଗଞ୍ଜାମ: ଆଜିକାଲି ଚୋରି ଯେମିତି ଏକ ସାଧାରଣ କଥା ହେଇଗଲାଣି । ପ୍ରତିଦିନ ଚୋରି ହେବାର ଖବର ସାମନାକୁ ଆସେ କିନ୍ତୁ ଚୋରମାନଙ୍କ ପାଦୁର୍ଭାବ ଏବେ ଏଭଳି ହେଲାଣି ଯେ ମାଆଙ୍କୁ ମଧ୍ୟ ଛାଡୁନାହାନ୍ତି ଏହି ଭଳି ଅସାମାଜିକ ଯୁବକ । ନା କୌଣସି ଡର ନାଁ କୌଣସି ଭୟ । ରାତି ଅଧରେ ପଶି ଲୁଟ କରିବାର ଅଜବ ନିଶା ଘାରିଛି ଏମିତି ଯେ ମନ୍ଦିରରେ ପଶି ଲୁଟିନେଉଛନ୍ତି ସୁନା ରୁପା ଅଳଙ୍କାର ।

ଗଞ୍ଜାମ ଜ଼ିଲ୍ଲା ପାଟପୁର ଥାନା ଅନ୍ତର୍ଗତ କଙ୍କୋରଡା ନାରାୟଣୀ ମନ୍ଦିରରେ ଘଟିଛି ଅଘଟଣ । ମାଆଙ୍କ ମୁଖ ନାକ ଓ ମଥାରେ ଲାଗିଥିବା ଅଳଙ୍କାରକୁ ଲୁଟ କରିଛନ୍ତି ଦୁର୍ବୁତ୍ତ । ଗତକାଲି ରାତିରେ ଚୋରମାନେ ମନ୍ଦିରରେ ପଶି ମାଙ୍କ ମୁଖରେ ଲାଗିଥିବା ଅଳଙ୍କାର ଯଥା ଆଖି, ନାକ ଗୁଣା ମଥା ଟିପା କୁ ତାଡିନେଇଛନ୍ତି ।ଏଥି ସହିତ ମନ୍ଦିର ଆଲମିରା ଭାଙ୍ଗିବା ସହ ଦାନହୁଣ୍ଡିକୁ ମଧ୍ୟ ତାଡିଛନ୍ତି । ହେଲେ ବେଶୀ କିଛି ବି ନେଇ ପାରିନାହାନ୍ତି । ସୂଚନାଅନୁସାରେ ଟଙ୍କା ଓ ମାଙ୍କ ପାଇଁ ମିଳିଥିବା ଅନ୍ୟସବୁ ସୁନା ଓ ରୁପା ଅଳଙ୍କାର କୁ ସୁରକ୍ଷିତ ଭାବରେ ଅନ୍ୟତ୍ର ରଖାଯାଇଥିଲା l ତେଣୁ ସେସବୁର ଟେର ପାଇପାରିନଥିଲେ ଦୁର୍ବୁତ୍ତ । ଆଜି ସକାଳେ ପୂଜକ ଆସି ମନ୍ଦିର ତାଲା ଭଂଗାଯାଇଥିବା ଦେଖିବାକୁ ପାଇଥିଲେ ଏହା ପରେ ମନ୍ଦିର ଭିତରକୁ ଯାଇ ଦେଖିବା ପରେ ପୋଲିସକୁ ଖବର ଜଣାଇଲେ, ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । …

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.