ପ୍ରାଇଭେଟ୍‌ ପାର୍ଟରେ ଫସିଗଲା ବୋମା, ତଥାପି ବଞ୍ଚିଗଲା ଜୀବନ; ଜାଣନ୍ତୁ କେମିତି

ଦୁର୍ଘଟଣା କେତେବେଳେ କାହା ସହ କେଉଁ ସମୟରେ ଘଟିବ ତାହା କେହି ଜାଣନ୍ତି ନାହିଁ। ବେଳେ ବେଳେ ଏହି ଘଟଣା ଲୋକଙ୍କୁ ବି ଆଶ୍ଚର୍ଯ୍ୟ କରିଦିଏ। ତେବେ ବର୍ତ୍ତମାନ ସେଭଳି ଏକ ଘଟଣା ଘଟିଛି ଇଂଲଣ୍ଡରେ। ଏଠାରେ ଜଣେ ବ୍ୟକ୍ତିଙ୍କ ପ୍ରାଇଭେଟ୍‌ ପାର୍ଟରେ ବୋମା ଫସିଯାଇଛି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଉକ୍ତ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ବମ୍‌ ସ୍କ୍ଵାର୍ଡ ହସ୍ପିଟାଲରେ ପହଞ୍ଚି ବମ୍‌କୁ ଡିଫ୍ୟୁଜ୍‌ କରିଛନ୍ତି। ଫଳରେ ଅଳ୍ପକେ ବଞ୍ଚିଯାଇଛି ବ୍ୟକ୍ତିଙ୍କ ଜୀବନ।

ଏହି ଘଟଣା ଡିସେମ୍ବର ୨ର ବୋଲି କୁହାଯାଉଛି। ବ୍ୟକ୍ତି ହସ୍ପିଟାଲରେ ଆଡମିଟ୍‌ ହେବା ପରେ ଡାକ୍ତର ବି ପ୍ରଥମେ ବୁଝିପାରିନଥିଲେ ଏସବୁ କ’ଣ ହୋଇଛି। ତେବେ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି ଜଣେ ମିଲିଟାରୀ ସଦସ୍ୟ ଥିଲେ ବୋଲି ଜଣାଯାଇଛି। ଘର ସଫା କରୁଥିବା ବେଳେ ସେ ଘରେ ଥିବା ଏହି ବୋମା ଉପରେ ଖସିପଡ଼ିଥିଲେ। ଫଳରେ ବୋମାଟି ତାଙ୍କ ଜନନାଙ୍ଗରେ ପଶି ଯାଇଥିଲା। ବୋମା ପଶିଯିବା ପରେ ଯନ୍ତ୍ରଣାରେ ସେ ଚିତ୍କାର କରିଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

bomb
Image Credit: Linda Blog

ରିପୋର୍ଟ ମୁତାବକ, ପ୍ରାଇଭେଟ୍‌ ପାର୍ଟରୁ ବାହାର କରାଯାଇଥିବା ବମ୍‌ ରୟାଲ ଆର୍ଟିଲରୀ ପକ୍ଷରୁ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବେଳେ ବ୍ୟବହାର କରାଯାଇଥିଲା। ପରେ ଏହା ଉତ୍ତର ଆଫ୍ରିକାରେ ବ୍ରିଟିଶ୍‌ ଟ୍ୟାଙ୍କସ୍‌ରେ ବି ବ୍ୟବହୃତ ହୋଇଥିଲା। ଏହାର ଆକାର ୧୭୦ ମିମି ଲମ୍ବା ଓ ୫୭ ମିମି ଗୋଲାକାର ଥିଲା। ବ୍ୟକ୍ତି ଜଣକ ଘର ସଫେଇ କରୁଥିବା ବେଳେ ଏହି ବୋମାକୁ କାନ୍ଥ କଡ଼ରେ ରଖିଥିଲେ। କିନ୍ତୁ ଏହି ସମୟରେ ସେ ଯେଉଁ ଚେୟାରରେ ଚଢ଼ି ସଫା କରୁଥିଲେ ତାହା ଖସିଯାଇଥିଲା। ଫଳରେ ବ୍ୟକ୍ତି ଜଣକ ସିଧା ଯାଇ ପଡ଼ିଥିଲେ ବୋମା ଉପରେ। ଫଳରେ ବୋମାଟି ତାଙ୍କ ପ୍ରାଇଭେଟ୍‌ ପାର୍ଟରେ ପଶିଯାଇଥିଲା।

ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ପରେ ଡାକ୍ତର ଏହା ବୋମା କି ନାହିଁ ସ୍ପଷ୍ଟ ହେବାକୁ ବୋମା ନିରୋଧୀ ଟିମ୍‌କୁ ଡାକିଥିଲେ। ପରେ ସ୍ଥାନୀୟ ପୋଲିସ ହସ୍ପିଟାଲରେ ପହଞ୍ଚିଥିଲା। ପ୍ରାଇଭେଟ୍‌ ପାର୍ଟରୁ ବୋମା ବାହାର କରିବା ପରେ ବମ୍‌କୁ ଡିଫ୍ୟୁଜ୍‌ କରାଯାଇଥିଲା। ତେବେ ସୁସ୍ଥ ହେବା ପରେ ବ୍ୟକ୍ତିଙ୍କୁ ହସ୍ପିଟାଲରୁ ଘରକୁ ପଠାଯାଇଛି। କିନ୍ତୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଆହୁରି ସମୟ ଲାଗିବ। ଏହି ଘଟଣାଟି ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।