ଗୋଟିଏ ସାପକୁ ମାରିବା ପାଇଁ କାଙ୍ଗାଳ ହୋଇଗଲେ ବ୍ୟକ୍ତି, ୭ କୋଟି ଟଙ୍କା କରିଦେଲେ ନଷ୍ଟ

ନୂଆଦିଲ୍ଲୀ :  ସାପ ଏପରି ଏକ ଜୀବ ଯାହାକୁ ସମସ୍ତେ ପ୍ରାୟ ଡରିଥାନ୍ତି । ସାପ ବିଷାକ୍ତ ହେଉ ବା ବିଷହିନ ତାକୁ ଦେଖିଲେ ଲୋକେ ଘବରାଇ ଯାଇଥାନ୍ତି । ଆମେରିକାର ଜଣେ ବ୍ୟକ୍ତି କେବଳ ଏକ ସାପ ପାଇଁ ଏମିତି କିଛି ହରାଇଛନ୍ତି । ଯାହାପାଇଁ ସାରା ଜୀବନ ହୁଏତ ତାଙ୍କୁ ଅନୁଶୋଚନାରେ ହିବାକୁ ପଡ଼ିବ । ଏକ ସାପ ପାଇଁ ସେ ଯାହା ହରାଇଛନ୍ତି ତାକୁ ସାରା ଜୀବନ ସେ ଭରଣା କରିପାରିବେ ନାହିଁ । ବ୍ୟକ୍ତି ଜଣକ ସାପଟି ପାଇଁ ନିଜର ପୁରା ଘରଟିକୁ ଜଳାଇ ଦେଇଛନ୍ତି ।

ଘଟଣାଟି ହେଉଛି ୨୩ ନଭେମ୍ବର ରାତି ୧୦ ଟା ବେଳର । ବ୍ୟକ୍ତି ଜଣକ ନିଜ ଘରେ ଏକ ସାପ ଦେଖିବାକୁ ପାଇଥିଲେ । ଫଳରେ ସାପଟିକୁ ମାରିବା ପାଇଁ ସେ ତା ଉପରକୁ ଘରେ ଜଳୁଥିବା ଏକ ନିଆଁ ଖଣ୍ଡ ଫିଙ୍ଗିଥିଲେ । ଏହି ନିଆଁ ଖଣ୍ଡ ସାପ ଉପରେ ବାଜିଲା କି ନାହିଁ ତ ଜଣାପଡ଼ିନାହିଁ । ହେଲେ ଏହି ନିଆଁ ଘରେ ଲାଗିଯାଇଥିଲା । ଫଳରେ ଚାହୁଁ ଚାହୁଁ ନିଆଁ ପୁରା ଘରକୁ ଗ୍ରାସ କରିଥିଲା । ନିଆଁକୁ ଲିଭାଇବା ପାଇଁ ପ୍ରାୟ ୭୫ ଜଣ ଫାୟାର ଫାଇଟର ନିୟୋଜିତ ହୋଇ ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ । ହେଲେ ସେତେବେଳକୁ ସାରା ଘର ଜଳିଯାଇଥିଲା ।

 

fire
p.c : hindi.news18.com

ଫାୟାର ଫାଇଟର ମୁଖ୍ୟ ପିଟର ଏହି ଘଟଣାର ସମ୍ପୂର୍ଣ୍ଣ ବିବରଣୀ ତାଙ୍କ ଟ୍ଵିଟରରେ ଲେଖିଛନ୍ତି । ଘର ଜଳୁଥିବାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ପିଟର କହିଛନ୍ତି ଯେ ବ୍ୟକ୍ତି ଜଣକ ସାପକୁ ମାରିବା ପାଇଁ ତା’ଉପରକୁ ଘରେ ଜଳୁଥିବା ଏକ ନିଆଁ ଖଣ୍ଡ ପକାଇଥିଲେ । ହେଲେ ତାହା ସମଗ୍ର ଘରକୁ ଜାଳିଦେଇଛି । ଘରର ମୂଲ୍ୟ ପ୍ରାୟ ୭ କୋଟି ଟଙ୍କା ହେବ । କେବଳ ସାପଟିକୁ ମାରିବା ପାଇଁ ବ୍ୟକ୍ତି ଜଣକ ୭ କୋଟି ଟଙ୍କାର ଘର ଜାଳିଦେଇଥିଲେ । ହେଲେ ସାପ ମରିଛି କି ନାହିଁ ତାହା ଏଯାଏ ଜଣାଯାଇ ନାହିଁ ।

ଜଳୁଥିବା ଘରର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିଛିଦିନ ର୍ପୂବରୁ ଏହିପରି ଏକ ଘଟଣା ମଧ୍ୟ ଘଟିଥିଲା । ଯେଉଁଠି ଜଣେ ବ୍ୟକ୍ତି ବୁଢ଼ିଆଣୀକୁ ମାରିବା ଚକ୍କରରେ ନିଜ ଘରେ ନିଆଁ ଲଗାଇ ଦେଇଥିଲେ । ଫଳରେ ଏଥିରେ ତାଙ୍କୁ ବହୁତ କିଛି ହରାଇବାକୁ ପଡ଼ିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.